ସଲମାନଙ୍କ ଟୁରରେ ସୋନାକ୍ଷୀ ଏବଂ ଜ୍ୟାକଲିନଙ୍କ ଠାରୁ ଏହି ନାୟିକାଙ୍କୁ ମିଳିବ ଅଧିକ ଫିସ ।
ସଲମାନଙ୍କୁ ନେଇ ଖବର ଆସିଛିଯେ ସେ ରେସ ଥ୍ରି ରିଲିଜର ଦୁଇ ସପ୍ତାହ ପରେ ଦବଙ୍ଗ ଟୁରରେ ଯିବେ । ଏହିଥର ଟୁରର ନାମ ହେବ ଦବଙ୍ଗ:ଦ ଟୁର ରିଲୋଡେଡ । ଟୁର ଆମେରିକା ପାଇଁ ଯିବ । ସଲମାନଙ୍କ ସହିତ କ୍ୟାଟ୍ରିନା,ଜ୍ୟାକଲିନ,ସୋନାକ୍ଷୀ ଏବଂ ଡେଜି ଶାହ ଯିବେ । ତେବେ ଏମାନଙ୍କ ମଧ୍ୟରୁ କ୍ୟାଟଙ୍କୁ ସବୁଠାରୁ ଅଧିକ ଫିସ ମିଳିଛି ।
ଏକ ମିଡିଆ ରିପୋର୍ଟ ଅନୁସାରେ ଏ ସମସ୍ତଙ୍କ ମଧ୍ୟରେ ସଲମାନଙ୍କ ପରେ କ୍ୟାଟ ହେଉଛନ୍ତି ସବୁଠାରୁ ବଡ଼ ଷ୍ଟାର । ଏହା ସହିତ ଜଣେ ସାନଦାର ଡ୍ୟାନ୍ସର ମଧ୍ୟ । ଏହି ଟୁର ପାଇଁ କ୍ୟାଟ୍ରିନାଙ୍କୁ ୧୨ କୋଟି ମିଳିଛି । ଜ୍ୟାକଲିନ ଏବଂ ସୋନାକ୍ଷୀଙ୍କୁ ୬ରୁ ୮ କୋଟି ଦିଆଯିବ । ଦୁଇଜଣଙ୍କ ମଧ୍ୟରେ ଫର୍କ ଦେଖିଲେ ଜ୍ୟାକଲିନଙ୍କୁ ସୋନାକ୍ଷୀଙ୍କ ଠାରୁ ଅଧିକ ଫିସ ମିଳିବ ବୋଲି ଆଶା କରାଯାଉଛି ।
ଖବର ଅନୁସାରେ କ୍ୟାଟଙ୍କୁ ଅଧିକ ଫିସ ଏଥିପାଇଁ ଦିଆଯାଉଛି କାରଣ ତାଙ୍କ ଗୀତ ସଂଖ୍ୟା ଅଧିକ ଏବଂ ହିଟ । ଅଭିନେତାଙ୍କ କଥା କହିବା ତ ପ୍ରଭୁ ଦେବା,ଗୁରୁ ରାନ୍ଧୱା ଏବଂ ମନିଷ ପୌଲ ସଲମାନଙ୍କ ସହିତ ଯିବେ ।