Only for Entertainment

ମୌନୀ ରୟ ଏବଂ ସନି ଲିଓନିକୁ ନେଇ ସାମ୍ନା ସାମ୍ନା ହେଲି ସଲମାନ ଏବଂ ଅରବାଜ, ସ୍ପେଶାଲ ଗୀତକୁ ନେଇ ଅଟକିଲା କଥା !

26

ଦବଙ୍ଗ୩’ ଫିଲ୍ମର ଟାଇଟଲ ସଙ୍ଗ ହୁଡ ହୁଡ ଦବଙ୍ଗ’ ଗୀତ ସୁଟିଂ ପୂରା ହୋଇସାରିଲାଣି । ନିର୍ମାତା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଚୁଲବୁଲ ପାଣ୍ଡେ ଫେରି ଥିବା ଲେଖିଛନ୍ତି । ଏହି ଫିଲ୍ମର ଟାଇଟଲ ଟ୍ରାକର ଭିଡିଓ ସୁଟ ହେବା ପରେ ଏହି ଫିଲ୍ମର ସ୍ପେଶାଲ ସଙ୍ଗ ପାଇଁ ଜଣେ ଅଭିନେତ୍ରୀଙ୍କର ଖୋଜା ପଡିଛି । ଶୁଣିବାକୁ ମିଳିଛି ଏହି ଗୀତରେ ସନି ଲିଓନି ଏବଂ ମୌନୀ ରୟଙ୍କ ମଧ୍ୟରୁ କାହାକୁ ନେବେ ମେକର୍ସ କୌଣସି ସଠିକ ନିଷ୍ପତ୍ତି ନେଇ ପାରୁନାହାନ୍ତି ।

 

View this post on Instagram

 

??

A post shared by mon (@imouniroy) on


ତାଜା ରିପୋର୍ଟ ମୁତାବକ ଅରବାଜ ଖାନ ଏବଂ ନିର୍ଦ୍ଦେଶକ ପ୍ରଭୁଦେବାଙ୍କୁ ଲାଗୁଛି ଯେ ସନି ଲିଓନି ଏହି ଗୀତ ପାଇଁ ପୂରା ଫିଟ , କିନ୍ତୁ ଭାଇଜାନଙ୍କୁ ମୌନୀ ରୟ ପସନ୍ଦ । ତେଣୁ ସନି ଲିଓନି ଏବଂ ମୌନୀ ରୟଙ୍କୁ ନେଇ ଏକ ବଡ ସମସ୍ୟା ଦେଖା ଦେଇଛି । ଏହାପୂର୍ବରୁ ମୌନୀ ରୟ ଅନେକ ଗୀତରେ ଅଭିନୟ କରିସାରିଛନ୍ତି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଗୀତରେ ସଲମାନ ମଧ୍ୟ ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ଦବଙ୍ଗ ସିରିଜର ସ୍ପେଶାଲ ଗୀତରେ ଆଗରୁ ମଲାଇକା ଅରୋରା ଏବଂ କରୀନା କପୂର ନଜର ଆସିଥିଲେ ଏବଂ ଏହି ଗୀତ ଗୁଡିକ ଖୁବ ହିଟ ହୋଇଥିଲା । ତେବେ ଏହି ଗୀତରେ ମୌନୀ କି ସନିଙ୍କ ଯାଦୁ କିପରି ଚାଲିବ ,ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More