Only for Entertainment

ରିଲିଜ ହେଲା ‘ମୁନ୍ନୁା ବଦନାମ ହୁଆ’ର ଟିଜର, ୱାରିନାଙ୍କ ସହିତ ଠୁମକା ଲଗାଉଥିବାର ନଜର ଆସିଲେ ଭାଇଜାନ

Latestly
32

ଫିଲ୍ମ ରିଲିଜକୁ ଆଉ ମାତ୍ର ୩ସପ୍ତାହ ବାକି ଥିବା ବେଳେ ଖୁବ୍ ଜୋରସୋରରେ ପ୍ରମ‌ୋସନ କରିବାରେ ଲାଗି ପଡ଼ିଛନ୍ତି ‘ଦବଙ୍ଗ-୩’ର ପୂରା ଟିମ୍। କିଛି ଦିନ ତଳେ ଫିଲ୍ମର ଟ୍ରେଲର ସହ କିଛି ଗୀତ ମଧ୍ୟ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ଏବେ ଫିଲ୍ମର ମୁଖ୍ୟ ଆକର୍ଷଣ ଥିବା ଆଇଟମ୍ ଗୀତର ଟିଜର ରିଲିଜ୍ କରାଯାଇଛି। ଫିଲ୍ମ ‘ଦବଙ୍ଗ’ରେ ‘ମୁନ୍ନି ବଦନାମ୍ ହୁଇ’ ଗୀତ ଥିବା ବେଳେ ‘ଦବଙ୍ଗ-୩’ରେ ଏଥିରେ ଟିକେ ପରିବର୍ତ୍ତନ ଅଣାଯାଇଛି। ଗୀତର ଟାଇଟଲ ‘ମୁନ୍ନା ବଦନାମ ହୁଆ’ ରଖାଯାଇଥିବା ବେଳେ ଏଥିରେ ମଲ୍ଲାଇକାଙ୍କ ପରିବେର୍ତ୍ତ ୱରିନା ହୁସେନଙ୍କୁ ନିଆଯାଇଛି। ଦବଙ୍ଗ ଖ‌ାନ୍ ସଲମାନ ଏହି ଗୀତ ପାଇଁ ଆଇଟମ ବଏ ପାଲଟିଛନ୍ତି।

ଏହି ଗୀତରେ ସଲମାନ ଓ କୋରିଓଗ୍ରାଫର ପ୍ରଭୁଦେବାଙ୍କୁ ସାଥୀରେ ନାଚୁଥିବାର ‌ଦର୍ଶକ ଦେଖିବାକୁ ପାଇବେ। ଗୀତର କୋରିଓଗ୍ରାଫି ବୈଭବି ମର୍ଚ୍ଚାଣ୍ଟ କରିଥିବା ବେଳେ ଟିଜରଟି ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ାଇଛି। ସୂଚନା ମୁତାବକ, ଫିଲ୍ମରେ ସଲମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, କିଚା ସୁଦୀପା ଓ ସାଇ ମଞ୍ଜ୍ରେକରଙ୍କୁ ମୁଖ୍ୟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ଫିଲ୍ମଟି ଡିସେମ୍ବର ୨୦ରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More