Only for Entertainment

ଦମଦାର ହୋଇନାହିଁ ଦବଙ୍ଗ ଥ୍ରି’ର କାହାଣୀ

26

ପ୍ରଶଂସକଙ୍କ ମୁହଁରେ ସଲମାନ । ଆଜ୍ଞା ଆମେ କହୁନାହୁଁ ବରଂ ସାମ୍ନାକୁ ଆସିଥିବା ମତ ବିଷୟରେ ଆମେ ଆପଣଙ୍କୁ ଜଣାଉଛୁ । ଆମେ ଏଠାରେ ଆଲୋଚନା କରୁଛୁ ଦବଙ୍ଗ ଥ୍ରି ବିଷୟରେ । କୁହାଯାଉଛି ଫିଲ୍ମରେ ୨ ଘଂଟା ୪୫ ମିନିଟ ମଧ୍ୟରେ କେବଳ ସଲମାନ ସଲମାନ ଓ ସଲମାନ ହିଁ ଶୁଣିବାକୁ ମିଳିଛି । ଅବଶ୍ୟ ଯଦି ଆପଣ ସଲମାନଙ୍କ ଫ୍ୟାନ ହୁଏ ତ ଆପଣଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଫିଲ୍ମର କାହାଣୀରେ ପୂର୍ବଭଳି ଫ୍ଲାଶବ୍ୟାକ ରହିଛି । କିନ୍ତ କୁହାଯାଉଛି କାହାଣୀ ପ୍ରଶଂସକଙ୍କ ହୃଦୟକୁ ଛୁଇଁ ପାରି ନାହିଁ । କେବଳ ସେତିକି ନୁହେଁ ଫିଲ୍ମ କ୍ରିଟିକ୍ସ ମଧ୍ୟ କିଛି ଖାସ ରେଟିଂ ଦେଇ ନାହାଁନ୍ତି । ଫିଲ୍ମ କ୍ରିଟିକ୍ସ କେବଳ ୨.୫/୫ ରେଟିଂ ଦେଇଛନ୍ତି । କେବଳ କାହାଣୀ ନୁହେଁ ବରଂ ଏହାର କୌଣସି ଗୀତ ମଧ୍ୟ ହୃଦୟକୁ ଛୁଇଁ ପାରିନଥିବା କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More