Only for Entertainment

ଦବଙ୍ଗ ଥ୍ରି ସେଟରେ ପହଂଚିଲେ ସଲମାନଙ୍କ କୁନି ଫ୍ୟାନ୍ସ, ଦେଖାଇଦେଲେ ଦବଙ୍ଗ ଅନ୍ଦାଜ

38

ସଲମାନ ଖାନ ଏବେ ଫିଲ୍ମ ଦବଙ୍ଗ ଥ୍ରି’ର ସୁଟିଂ ଜୟପୁରରେ ସୋନାକ୍ଷୀ ସିହ୍ନାଙ୍କ ସହିତ କରୁଛନ୍ତି । ଏଠାରେ ରକ୍ଷାବନ୍ଧନ ଉପଲକ୍ଷେ ସଲମାନ ତାଙ୍କ ଅନସ୍କ୍ରିନ ମା’ଙ୍କ ହାତରୁ ରାକ୍ଷୀ ପିନ୍ଧିଥିଲେ । ତେବେ ରାକ୍ଷୀ ପିନ୍ଧିବା ପରେ ସଲମାନ ଫିଲ୍ମର ସୁଟିଂ ଆରମ୍ଭ କଲେ । ସଲମାନ ଯେବେଠାରୁ ଜୟପୁରରେ ଫିଲ୍ମର ସୁଟିଂ ଆରମ୍ଭ କଲେ ସେହି ଦିନ ଠାରୁ ତାଙ୍କର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି ।

 

 

View this post on Instagram

 

#SalmanKhan in his #dabbang look snapped with his little fans

A post shared by Viral Bhayani (@viralbhayani) on

କେବେ ସଲମାନ ନାମକ ଓଟ ସହିତ ଫଟୋ ଉଠାଉଛନ୍ତି ତ କେତେବେଳେ ଅନ୍ୟ କେଉଁ ଫ୍ୟାନ୍ସଙ୍କ ସହିତ । ଏବେ ତାଙ୍କର ଏକ ଲାଟେଷ୍ଟ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ କୁନି ଫ୍ୟାନ୍ସଙ୍କ ସହିତ ନଜର ଆସିଛନ୍ତି । ସଲମାନ ଚୁଲବୁଲେ ପାଣ୍ଡେ ଗେଟଅପରେ ନଜର ଆସିଛନ୍ତି । କହିରଖୁଛୁ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପ୍ରଭୁ ଦେବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More