Only for Entertainment

ସଲମାନଙ୍କ ଭଏସରେ ରିଲିଜ ହେଲା ‘ଦବଙ୍ଗ ୩’ର ନୂଆ ଅଡିଓ ସଙ୍ଗ୍ ‘ୟୁଁ କରକେ’

latestly
28

ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ନୂଆ ଗୀତର ଅଡିଓ ‘ୟୂୁଁ କରକେ’ ଆଜି ରଲିଜ ହୋଇଛି । ଏହ ଗୀତର ସବୁଠାରୁ ଖାସ କଥା ହେଉଛି କି ଗୀତରେ ସଲମାନଙ୍କ ଭଏସ ଶୁଣିବାକୁ ମିଳିଛି । ଗୀତରେ ସଲମାନଙ୍କ ସାଥ ଦେଇଛନ୍ତି ପାୟଲ ଦେବ । ଏହା ପୂର୍ବରୁ ମଧ୍ୟ ସଲମାନ କିଛି ଗୀତରେ ଭଏସ ଦେଇଛନ୍ତି । ଦବଙ୍ଗ ୩ର ଏହି ନୂଆ ଗୀତର ଅଡିଓକୁ ସଲମାନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହାକୁ ସେୟାର କରି ସଲମାନ କ୍ୟାପସନରେ ଲେଖିଥିଲେ, ‘ଦବଙ୍ଗ ୩ର ନୂଆ ଗୀତ ‘ୟୁଁ କରକେ’, ଶୁଣନ୍ତୁ ମୋର ଅର୍ଥାତ ଚୁଲବୁଲ ପାଣ୍ଡେ ଭଏସରେ ।’ ଆପଣଙ୍କୁ କହିରଖୁଛୁ ଯେ, ଏହି ରେମାଣ୍ଟିକ ଗୀତଟି ଫିଲ୍ମର ତୃତୀୟ ଗୀତ । ଏହା ପୂର୍ବରୁ ଦୁଇଟି ଗୀତର ଅଡିଓ ରିଲିଜ ହୋଇସାରିଛି ।

କହିରଖୁଛୁ ଯେ, ଫିଲ୍ମ ‘ଦବଙ୍ଗ ୩’ର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୂଦେବା । ଫିଲ୍ମରେ ସଲମାନ ଖାନଙ୍କ ବ୍ୟତିତ ସୋନାକ୍ଷୀ ସିହ୍ନା, ଅରବାଜ ଖାନ, ସଇ ମାଞ୍ଜରେକର ମଧ୍ୟ ନଜର ଆସିବେ । ସଇ ଏହି ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିବେ । ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More