Only for Entertainment

ରିଲିଜ ହେଲା ଫିଲ୍ମ ‘ଦବଙ୍ଗ ୩’ର ଦମଦାର ଟାଇଟଲ ଟ୍ରାକ ‘ହୁଡ ହୁଡ ଦବଙ୍ଗ’, ଦେଖନ୍ତୁ ଭିଡିଓ

ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ଟାଇଟଲ ଟ୍ରାକ ‘ହୁଡ ହୁଡ ଦବଙ୍ଗ’କୁ ମେକର୍ସ ରିଲିଜ କରିଛନ୍ତି । ଏହି ଗୀତର ଭିଡିଓ ରିଲିଦ ହେବା ପୂର୍ବରୁ ମେକର୍ସ ଏହାର ଅଡିଓ ରିଲିଜ କରିଥିଲେ । ରିଲିଜ ହୋଇଥିବା ‘ଦବଙ୍ଗ ୩’ର ପ୍ରଥମ ଗୀତ ଖୁବ ଡ୍ୟାନ୍ସ ଏବଂ ଏଣ୍ଟରଟେନିଂ ରହିଛି । ଏହି ନୂଆ ଗୀତରେ ସଲମାନ ଖାନ ହୁଡ ହୁଡ ଦବଙ୍ଗର ନୂଆ ହୁକ୍ ଷ୍ଟେପ କରୁଥିବା ନଜର ଆସିଛନ୍ତି । ଦବଙ୍ଗ ୩ର ଟାଇଟଲ ଟ୍ରାକ ସହିତ ଚୁଲବୁଲ ପାଣ୍ଡେ ଏକ ନୂଆ ଟ୍ୱିଷ୍ଟ ନେଇ ଆସିଛନ୍ତି । ପୂର୍ବରୁ ରିଲିଜ ହୋଇଥିବା ଗୀତର ଅଡିଓ ଭର୍ସନରେ ହିଁ ୧୦ ମିଲିଅନ ଭ୍ୟୁଜ ମିଳିସାରିଛି ।

ସଲମାନ ନିଜ ଇଂଷ୍ଟାଗ୍ରାମରେ ଏହାର ଭିଡିଓ ସେୟାର କରିଛନ୍ତି । କହିରଖୁଛୁ ଯେ, ଗୀତରେ ସଲମାନ ମହେଶ୍ୱରରେ ୫୦୦ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କ ସହିତ ଅହିଲ୍ୟା ଘାଟରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଗୀତରେ ଦିବ୍ୟା କୁମାର, ଶବାବ ଶବରୀ ଏବଂ ସାଜିଦଙ୍କ ଗାୟିକି ଶୁଣିବାକୁ ମିଳିଛି । ସାଜିଦ-ୱାଜିଦ ଗୀତ ମ୍ୟୁଜିକ ଦେଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି ଜଲିସ ସେରୱାନୀ ଏବଂ ଦନିଶ ଶବରି । ଗୀତକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୦ ମିଲିଅନରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମ ‘ଦବଙ୍ଗ’ ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ । ଫିଲ୍ମରେ ସଲମାନଙ୍କ ସହିତ ସୋନାକ୍ଷୀ ସିହ୍ନା, ସଇ ମାଞ୍ଜରେକର, ଅରବାଜ ଖାନ ଆଦି ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଭୂ ଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତି ଏହି ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More