Only for Entertainment

ଡବୁ ରତନାନୀ ସ୍ପେଶାଲ ଫଟୋ ଶେୟାର କରି କଲେ ଶ୍ରଦ୍ଧାଙ୍କୁ ବର୍ଥଡେ ୱିଶ !

40

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଆଜି ୩୧ତମ ଜନ୍ମ ଦିବସ । ସୋସିଆଲ ମିଡିଆରେ ତାଙ୍କ ବର୍ଥଡେ ୱିଶର ସୁଅ ଛୁଟିବାରେ ଲାଗିଛି । ତେବେ ଅନେକ କଳାକାର ଏବଂ ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ୱିଶ କରି ଚାଲିଛନ୍ତି । ସେହିଭଳି ପ୍ରସିଦ୍ଧ ଫଟୋଗ୍ରାଫର ଡବୁ ରତନାନୀ ଶ୍ରଦ୍ଧାଙ୍କ ଏକ ଖାସ ଫଟୋ ଶେୟାର କରି ବର୍ଥଡେ ୱିଶ କରିଛନ୍ତି ।
ଏହି ଫଟୋରେ ଶ୍ରଦ୍ଧା ଟପଲେସ ହୋଇ ବିଛଣାରେ ବସିଛନ୍ତି । ସେ ଏକ ବ୍ଲାଙ୍କେଟରେ ନିଜକୁ ଘୋଡାଇ ରଖିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଫଟୋରେ ଶ୍ରଦ୍ଧାଙ୍କ ଫଟୋସୁଟର ଅଟେ । ଏହାସହ ଡବୁ ରତନାନୀ କ୍ୟାପଶନ ଲେଖିଛନ୍ତି- ” Happy birthday gergeous ”

ଏଠାରେ ଆମେ କହି ରଖୁଛୁ ଯେ ଶ୍ରଦ୍ଧା ନିଜର ବର୍ଥଡେ ଶନିବାର ରାତିରେ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର୩’ର ସେଟରେ ନିଜର ବର୍ଥଡେ ସେଲିବ୍ରେଟ କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଶ୍ରଦ୍ଧା ଏବେ ‘ଷ୍ଟ୍ରିଟ ଡାନ୍ସର୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ଚଳିତ ବର୍ଷ ୮ନଭେମ୍ବର ରିଲିଜ ହେବ । ଏହାବ୍ୟତୀତ ଶ୍ରଦ୍ଧା ପ୍ରଭାସଙ୍କ ଫିଲ୍ମ ‘ସାହୋ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମର ଏକ ଭିଡିଓ ରିଲିଜ ହୋଇଛି, ଯେଉଁଥିରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଫିଲ୍ମ ଅଗଷ୍ଟ ୧୫ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More