Only for Entertainment

ଅଚାନକ ବିବାହ ତାରିଖ ଘୋଷଣା କରି ପାରନ୍ତି ବରୁଣ: ଡେଭିଡ ଧୱନ !

Mid-Day
26

ବଲିଉଡରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ଏବେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ଯାହାକୁ ନେଇ ବି-ଟାଉନରେ ଦେଖିବାକୁ ମିଳୁଛି ବିବାହ ଋତୁ । ସୋନମ୍ କପୁର୍ – ଆନନ୍ଦ ଅହୁଜା, ଦୀପିକା ପାଦୁକୋଣ – ରଣବୀର୍ ସିଂ ଏବଂ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କ ବିବାହ ପରେ ଏବେ ସିନେପ୍ରେମୀ ଆଉ ଏକ ସେଲିବ୍ରିଟି ୱେଡିଂ ପାଇଁ ଚାହିଁ ରହିଛନ୍ତି । ସେହି ସେଲିବ୍ରିଟି କପଲ୍ ହେବେ ବରୁଣ ଧୱନ ଓ ନତାଶା ଦଲାଲ୍ । ଏହି ଯୋଡି ଚଳିତ ବର୍ଷ ବିବାହ କରିବେ ବୋଲି ସୂଚନା ମିଳିଛି । ଆଉ ଏମାନଙ୍କ ମାରେଜ୍କୁ ନେଇ ଏବେ ଏକ ଖବର ଶୁଣିିବାକୁ ମିଳିଛି । ଏହି ଯୋଡି ଗୋଆରେ ଡେଷ୍ଟିନେସନ୍ ୱେଡିଂ କରିବେ ବୋଲି ଖବର ମିଳିଛି । ହେଲେ ଏ ନେଇ ସେମାନଙ୍କ ପରିବାର ତରଫରୁ କୌଣସି ସୂଚନା ମିଳିନି ।

ମାତ୍ର ବରୁଣଙ୍କ ବିବାହକୁ ନେଇ ସେ ମଧ୍ୟ ଉତ୍ସାହିତ , କିନ୍ତୁ କଣ ବରୁଣ ତାଙ୍କ କଥା ଶୁଣିବେ ବୋଲି କହିଛନ୍ତି ବାପା ଡେଭିଡ ଧୱନ । ତେଣୁ ବରୁଣ କେବେ ବି ନିଜ ବିବାହ ତାରିଖ ଘୋଷଣା କରି ପାରନ୍ତି ।

ବିଶେଷସୂତ୍ରରୁ ପ୍ରକାଶ ଯେ ବରୁଣ ଏବେ ବିବାହ କରିବାକୁ ଚାହୁଁ ନାହାନ୍ତି ଏହାର କାରଣ ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର’ , ଯାହାର ସୁଟିଂରେ ସେ ବହୁତ ବ୍ୟସ୍ତ ଅଛନ୍ତି । ଏହାବ୍ୟତୀତ ବରୁଣ ଧୱନ ବାପା ଡେଭିଡ ଧୱନଙ୍କ ଫିଲ୍ମ ‘କୁଲି ନମ୍ବର୧’ର ରିମେକରେ ସାରା ଅଲୀ ଖାନଙ୍କ ସହ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More