Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଦହି ଗୁପଚୁପ

panipuri
0 64

ଗୁପଚୁପ ଖାଇବା କାହାକୁ ବା ପସନ୍ଦ ନୁହେଁ । ଗୁପଚୁପ ନାଁ ଶୁଣିଲେ ଆପେ ଆପେ ପାଟିରୁ ଲାଳ ବୋହି ଆସେ । ଆଜିକାଲିର ଯୁବ ପିଢି ଖାସ କରୁ ଯୁବତୀମାନେ ଗୁପଚୁପ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । ଯଦି ଆପଣଙ୍କର ଗୁପଚୁପ ଖାଇବା ପାଇଁ ଇଚ୍ଛା ହେଉଥାଏ ତେବେ ଆପଣ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ ।

ସାମଗ୍ରୀ-
ବଜାରରେ ମିଳୁଥିବା ଶୁଖା ଗୁପଚୁପ,ଆଳୁ,ସିଝା ମଟର, ବାଦାମ,ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କଞ୍ଚା ଲଙ୍କା, କଟା ପିଆଜ, ବସାଦହି, ଟମାଟୋ ସସ୍, ଝୁରା ସେଉ, ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ-

ବଜାରରୁ କିଛି ଆଳୁ ଆଳନ୍ତୁ। ତାକୁ ପାଣି ଗରମ କରି ସିଝାନ୍ତୁ। ଏହା ପରେ ଆଳୁରୁ ଚୋପା ଛଡ଼ାନ୍ତୁ। ତାକୁ ଭଲଭାବରେ ଚକଟନ୍ତୁ। ପରେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଏହାପରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାଇ ଭଲ କରି ଗୋଳାନ୍ତୁ। ପରେ ସିଝା ମଟର,କଟା ପିଆଜ ଓ କଞ୍ଚା ଲଙ୍କା ପକାନ୍ତୁ। ଏହାସହ କିଛି ଭଜା ବାଦାମ ମଧ୍ୟ ପକାନ୍ତୁ। ତାକୁ ଭଲ ଭାବରେ ଗୋଳାନ୍ତୁ। ସେଥିରେ କିଛି ଧନିଆ ପତ୍ର ପକାନ୍ତୁ। ପ୍ରସ୍ତତ ହୋଇଗଲା ଗୁପଚୁପ ପାଇଁ ଆଳୁ ମସଲା।

ବଜାରରୁ ଆଣିଥିବା ଗୁପଚୁପ୍ ଖୋଳରେ ଆଳୁ ମସଲାକୁ ପୁରାନ୍ତୁ। ଏହା ଉପରେ ଅଳ୍ପ ଦହି ପକାନ୍ତୁ। ସେଥିରେ ଟମାଟୋ ସସ୍ ପକାନ୍ତୁ। ସେଥିରେ ଝୁରା ସେଓ କିଛି ପକାନ୍ତୁ। ଏହା ପରେ ସେଥିରେ ବିଟ୍ ଲୁଣ ଛିଞ୍ଚି ଦିଅନ୍ତୁ। ତାକୁ ଏକ ପ୍ଲେଟରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଗୁପଚୁପ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More