Only for Entertainment

ପେଟର ଚର୍ବି କମ ପାଇଁ ନିୟମିତ ଖାଆନ୍ତୁ ଦଲିଆ

biharandjharkhand
0 52

ସାଧାରଣତଃ ପ୍ରସବ ପରେ ମହିଳାଙ୍କ ଓଜନ ବଢିବା ସହିତ ପେଟର ଚର୍ବି ମଧ୍ୟ ସହଜରେ ହ୍ରାସ ପାଇନଥାଏ । ସେଥିପାଇଁ ଅନେକ ମହିଳା ନିୟମିତ ଯୋଗ, ବ୍ୟାୟାମ ଏବଂ ଡାଏଟିଂ କରିଥାନ୍ତି । କିନ୍ତୁ ଏହା ପରେ ମଧ୍ୟ ଆଖିଦୃଶିଆ ଲାଭ ମିଳିନଥାଏ । ଏପରିସ୍ଥଳେ ଦଲିଆକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଖାଦ୍ୟ ବିଶେଷଜ୍ଞ ଅଞ୍ଜୁ ମେହେରାଙ୍କ ମତରେ ଦଲିଆ ମହିଳାଙ୍କ ପାଇଁ ସୁପରଫୁଡ । ଆଜିକାଲି ସମସ୍ତ ସୁପର ମାର୍କେଟ ଏବଂ ମଲରେ ଦିଲିଆ ଉପଲବ୍ଧ ହେଉଛି ।

  • ଦଲିଆରେ ଭରପୁର ମାତ୍ରାରେ ଫାଇବର ଥିବାରୁ ତାହା କୋଲଷ୍ଟ୍ରଲ ସ୍ତର କମ କରିଥାଏ । ଏହା ଖାଇଲେ ଶୀଘ୍ର ଭୋକ ଲାଗେନାହିଁ । ପେଟର ଚର୍ବି ମଧ୍ୟ ଶୀଘ୍ର ହ୍ରାସ ପାଏ ।
  • ଦଲିଆକୁ ପ୍ରସ୍ତୁତ କରିବା ମଧ୍ୟ ଖୁବ ସହଜ । ଏପରିକି ଶରୀରକୁ ଶକ୍ତି ଯୋଗାଇବାରେ ଏହା ସହାୟକ ହୋଇଥାଏ ।
    ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଦଲିଆ ତ୍ୱଚା ଉପରେ ମଧ୍ୟ ଉତ୍ତ ମ ପ୍ରଭାବ ପକାଉଥିବା ପରୀକ୍ଷାରୁ ଜଣାପଡିଛି ।
  • ନିୟମିତ ଭାବେ ସକାଳ ଜଳଖିଆରେ କର୍ମଜୀବୀ ମହିଳା ଏହା ଖାଇଲେ ଦିନସାରା ସେମାନଙ୍କୁ ଫୁର୍ତ୍ତି ଲାଗିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More