Only for Entertainment

ରାଇଫେଲ ସୁଟର ଲାଇସେନ୍ସ ପାଇବାର ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ବନିଲେ ଡେଜି ଶାହା

53

ବଲିଉଡ୍‌ ଅଭିନେତ୍ରୀ ଡେଜି ଶାହାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର । ଅଭିନେତ୍ରୀ ସହ ତାଙ୍କୁ ଏବେ ରାଇଫଲ ସୁଟର ଭାବରେ ମଧ୍ୟ ଲୋକେ ଜାଣିବେ । ଏବେ ଡେଜି ରାଇଫେଲ ସୁଟର ଲାଇଲେନ୍ସ ପାଇବାର ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ବନି ଯାଇଛନ୍ତି । ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ଇଣ୍ଡିଆ ତରଫରୁ ମିଳିଥିବା ଲାଇସେନ୍ସ ସହ ଡେଜି ଫଟୋ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି । ଏହା ସହ ଡେଜି ଆସନ୍ତା ମାସରେ ହେବାକୁ ଯାଉଥିବା ପଏଣ୍ଟ୨୨ ରାଇଫେଲ ପ୍ରତିଯୋଗିତାରେ ମଧ୍ୟ ଭାଗ ନେବେ ବୋଲି ଜଣା ପଡ଼ିଛି । ପ୍ରଥମ ଥର ପାଇଁ କୌଣସି ବଲିଉଡ୍‌ ଅଭିନେତ୍ରୀ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଭାଗ ନେଉଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ଫିଲ୍ମ ‘ଜୟ ହୋ’ରୁ ବଲିଉଡ୍‌ରେ ପାଦ ଦେଇଥିଲେ ଡେଜି । ଏହା ପୂର୍ବରୁ ସେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଆସିଷ୍ଟାଣ୍ଟ ଥିଲେ । ଜୟ ହୋ ପରେ ‘ହେଟ୍‌ ଷ୍ଟୋରୀ-୩’, ‘ରେସ୍‌-୩’ ଭଳି ଫିଲ୍ମରେ ଡେଜି ନଜର ଆସିଥିଲେ ମଧ୍ୟ ବଲିଉଡ୍‌ରେ ନିଜର ସ୍ଥାନ ତିଆରି କରି ପାରି ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More