Only for Entertainment

ଭାରତୀୟ ଡ୍ୟାନ୍ସ ଗୃପ କଲା ଧମାଲ ! ଝୁମିଲା ଆମେରିକା , ସୋସିଆଲ ମିଡିଆରେ ହେଲା ଭିଡିଓ ଭାଇରାଲ ।

facebook
0 88

ଭାରତୀୟ କଳାକାର କେବଳ ନିଜ ଦେଶରେ ନୁହେଁ ବିଦେଶରେ ମଧ୍ୟ ନିଜର କଳାକୁ ଜାହିର କରିବାରେ ସକ୍ଷମ ହୋଇ ପାରିଛନ୍ତି । ଏହାର ଏକ ଉଦାହରଣ ଏଠାରେ ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ । ଏଭଳି କିଛି ଭାରତୀୟ ଯୁବାପିଢି ଆମେରିକାରେ ସେମାନଙ୍କର ପାରଦର୍ଶିତା ଦେଖାଇଛନ୍ତି । ତାଙ୍କର ଗୃପ ଡ୍ୟାନ୍ସ ସାରା ଦୁନିଆରେ ଧୁମ ମଚାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏହି ଗ୍ରୁପ ମାଇକେଲ ଜ୍ୟାକସେନଙ୍କ ଷ୍ଟାଇଲରେ ବଲିଉଡ ଡ୍ୟାନ୍ସ ପରିବେଷଣ କରୁଛନ୍ତି ।

ଏହି ଭାରତୀୟ ଡ୍ୟାନ୍ସ ଗୃପ ଆମେରିକାର ରିଆଲିଟି ସୋ ‘ଟାଇମ ଆଟ ଦ ଆପୋଲୋ’କାର୍ଯ୍ୟକ୍ରମରେ ଗୃପ ଡ୍ୟାନ୍ସ ପରିବେଷଣ କରିଥିଲେ । ସେମାନଙ୍କ ଡ୍ୟାନ୍ସରେ ମୁଗ୍ଧ ହୋଇ ସେଠାରେ ଉପସ୍ଥିତ ଥିବା ଦର୍ଶକ ମଧ୍ୟ ନାଚିବାକୁ ମଜବୁର ହୋଇ ପଡିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଡାନ୍ସିଂ ସୁପରଷ୍ଟାର ବିଜେତା ଶ୍ରେୟ ଖନ୍ନା ଏବଂ ତାଙ୍କ ଟିମ ଭାରତକୁ ଉପସ୍ଥାପନା କରିଥିଲେ ।

ସେମାନେ ଚିରଂଜିବୀଙ୍କ ସଂଗୀତ ‘ସୁନ୍ଦରୀ’ରେ ମାଇକେଲ ଜ୍ୟାକସେନଙ୍କ ମୁବ କରିଥିଲେ । ତାଙ୍କର ଏଭଳି ଡ୍ୟାନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଡ୍ୟାନ୍ସ ଭିଡିଓକୁ ଫେସବୁକ ଆକାଉଂଟରେ ପୋଷ୍ଟ କରାଯାଇଛି । ଏବେ ପର୍ଯ୍ୟନ୍ତ ୫୦ଲକ୍ଷରୁ ଉଦ୍ଧ୍ୱ ଲୋକ ଏହାକୁ ଦେଖି ସାରିଲେଣି ଏବଂ ୬୬୦୦୦ରୁ ଅଧିକ ଲୋକ ଏହି ଭିଡିଓକୁ ସେୟାର କରିଛନ୍ତି ।

Ep 1 – Shraey Khanna Full Perf

Michael Jackson meets Bollywood this Thursday! Don’t miss Team Shraey Khanna during the Premiere at 9/8c on FOX.

Posted by Showtime At The Apollo on 27 ಫೆಬ್ರವರಿ 2018

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More