Only for Entertainment

ସୋନଭଦ୍ରର ବର୍ତିକା ଏଭଳି ଦେଲେ ଡ୍ୟାନ୍ସ ପରଫର୍ମାନ୍ସ, ବରୁଣ ଧୱନଙ୍କ ସହ ମିଳିଗଲା ଫିଲ୍ମ !

37

ଉତ୍ତରପ୍ରଦେଶରେ ସୋନଭଦ୍ରର ବର୍ତିକା ଝା ଡ୍ୟାନ୍ସ ରିଆଲିଟି ଶୋ ଡ୍ୟାନ୍ସ ପ୍ଲସ ୪ରେ ଧମାଲ ମଚାଇ ଦେଇଛନ୍ତି । ବର୍ତିକାଙ୍କ ଡ୍ୟାନ୍ସ ଟ୍ୟାଲେଂଟର ପ୍ରଶଂସା କରି ଭୋଜପୁରୀ ଅଭିନେତା ମନୋଜ ତିୱାରୀ ମଧ୍ୟ ଏହି ଶୋ’ର ସୁଟିଂରେ ପହଂଚିଥିଲେ । ଏହି ଏପିସୋଡ ଚଳିତ ରବିବାର ଷ୍ଟାର ପ୍ଲସରେ ପ୍ରସାରିତ ହେବ । ଖାସ କଥା ହେଉଛି ବର୍ତିକା ନିଜ ଡ୍ୟାନ୍ସ ପାଇଁ ଏକ ବଡ ଫିଲ୍ମରେ ମଧ୍ୟ ସୁଯୋଗ ପାଇଛନ୍ତି ।

ଖବର ମୁତାବକ ବର୍ତିକା ନିଜ କଳା ପାଇଁ ଅନେକ ସଂଘର୍ଷ କରିଛନ୍ତି ଏବଂ ତାଙ୍କର ଏହି ସଂଘର୍ଷରେ ସବୁବେଳେ ତାଙ୍କ ବାପା ତାଙ୍କ ସାଥ ଦେଇଛନ୍ତି । ବର୍ତିକାଙ୍କ ଏଭଳି ରୁଚି ଡ୍ୟାନ୍ସ ପାଇଁ ଦେଖି ଶୋ’ର ଜଜ ରେମୋ ଡିସୁଜା ବର୍ତିକାଙ୍କୁ ନିଜ ଆଗାମୀ ଫିଲ୍ମ ଏବିସିଡି୩ରେ ଏକ ଖାସ ଭୂମିକା ଦେଇଛନ୍ତି ଯେଉଁଥିରେ ବରୁଣ ଧୱନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More