Only for Entertainment

ନାଚ ପଛର କାହାଣୀ ବତାଇଲେ ଡବୁ ଅଙ୍କଲ, ଶୁଣିବା ପରେ କାନ୍ଦି ପକାଇଲେ ସୁପରଷ୍ଟାର !

khabarNDTV
0 94

ନିଜର ଡ଼୍ୟାନ୍ସ ଭିଡ଼ିଓ ପାଇଁ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ସଞ୍ଜିବ ଶ୍ରୀବାସ୍ତବ ଅର୍ଥାତ ଡ଼ବୁ ଅଙ୍କଲ ଏବେ ଘରେ ଘରେ ପରିଚିତ । ତାଙ୍କର ଡ଼୍ୟାନ୍ସ ଭିଡ଼ିଓ ପାଇଁ ସେ ରାତାରାତି ଲୋକପ୍ରିୟ ହେବା ସହ ଏବେ ବଲିଉଡ଼ରୁ ତାଙ୍କୁ ଅଫର୍‌ ଆସୁଛି । ଏବେ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ଦଶ୍‌ କା ଦମ୍‌ର ସୁଟିଂ ସାରିଥିବା ଜଣାପଡ଼ିଛି । ଏହି ସୋ’ର ସୁଟିଂ ସମୟରେ ସେ ନିଜର ନାଚର ଜଲ୍‌ଓ୍ଵା ଦେଖାଇବା ସହ ସୋ’ର ହୋଷ୍ଟ ସଲମାନ୍‌ଙ୍କୁ ମଧ୍ୟ ନିଜ ସହ ନଚାଇଥିଲେ । ତେବେ ଏତେ ସବୁ ମସ୍ତି ପରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହିଁଥିଲେ । ଯାହା ଉତ୍ତରରେ ଡ଼ବୁ ଅଙ୍କଲ ତାଙ୍କ ପରିବାର ସହ ଘଟିଥିବା ଏକ ଦୁଃଖଦ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ ।

ସେ କହିଥିଲେ, ପୂର୍ବ ବର୍ଷ ଟ୍ରେନ୍‌ ଦୁର୍ଘଟଣାରେ ମୋ ସାନ ଭାଇ ଚାଲିଯିବା ପରେ ଆମ ଘରୁ ଖୁସି କୁଆଡ଼େ ଉଭାନ ହୋଇ ଯାଇଥିଲା । ମା’ ସେହି ଦିନ ଠାରୁ ଘରୁ ବାହାରିବା ବନ୍ଦ କରି ଦେଇଥିଲେ । କାହା ସହ କଥା ହେଉ ନଥିବା ସହ ହସିବା ଭୁଲି ଯାଇଥିଲେ ମା’ । ବର୍ଷେ ପରେ ମୋର ଏହି ଡ଼୍ୟାନ୍ସ ଭିଡ଼ିଓଟି ଭାଇରାଲ ହେବା ପରେ ପ୍ରଥମ ଥର ପାଇଁ ମୋ ମା’ ହସିଥିଲେ । ଘରର ପରିସ୍ଥିତି ପୂର୍ବ ଭଳି ହେବାକୁ ଲାଗିଥିଲା, ଯାହାକୁ ଦେଖି ମୁଁ ଅଧିକ ନାଚିବା ପାଇଁ ଭାବିଥିଲି । ଏହି ଭିଡ଼ିଓ ପାଇଁ ମୁଁ କାହାଠାରୁ ଟଙ୍କା ଚାହେଁ ନାହିଁ ଏବଂ ମୋତେ ବଡ଼ ବଡ଼ ବଲିଉଡ଼ ଅଫର ମଧ୍ୟ ଦରକାର ନାହିଁ । ଲୋକମାନେ ଏହି ଭିଡ଼ିଓ ଦେଖି ଖୁସି ହେଉଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More