Only for Entertainment

ଅନସ୍କ୍ରିନ ଭାଇଙ୍କ ପ୍ରେମରେ ପଡିଲେ ଅମୀର ଖାନଙ୍କ ଏହି ଅଭିନେତ୍ରୀ , ହାତରେ ହାତ ଛନ୍ଦି ରାସ୍ତାରେ ଚାଲୁଥିବା ନଜର ଆସିଲେ !

0 38

ଦଙ୍ଗଲ ଗର୍ଲ ଫାତିମା ସନା ଶେଖଙ୍କ ଭାଗ୍ୟ ଏବେ ଖୁବ ଉଚ୍ଚରେ ଉଡୁଛି । ଫାତିମା ଖୁବ ଶୀଘ୍ର ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ନଜର ଆସିବାକୁ ଯାଉଛନ୍ତି । କିଛି ଦିନ ପୂର୍ବେ ଫିଲ୍ମ ସୁଟିଂ ସମୟରେ ଅମୀର ଖାନଙ୍କୁ ନେଇ ସମ୍ପର୍କ ସାମ୍ନା ଆସିଥିଲା । ଯାହାକୁ ଦୁହେଁ ଗୁଜବ ବୋଲି କହିଥିଲେ । ଏହାପରେ ଫାତିମାଙ୍କ ନାଁ ଆଉ ଏକ ଅଭିନେତାଙ୍କ ସହ ଯୋଡା ହୋଇଛି ।

ଆଜ୍ଞା ହଁ ଫାତିମାଙ୍କ ଅଫେୟାର ଶୁଣିବାକୁ ମିଳିଛି ତାଙ୍କ ଅନସ୍କ୍ରିନ ରିଲ ଲାଇଫ ଭାଇ ଅପାରଶକ୍ତି ଖୁରାନାଙ୍କ ସହ ଯୋଡି ହୋଇଥିବା ଦେଖିବାକୁ ମିଳିଛି । ଫିଲ୍ମ ଦଙ୍ଗଲ’ରେ ଫାତିମା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେହିଭଳି ଅପାରଶକ୍ତି ଏହି ଫିଲ୍ମରେ ତାଙ୍କ ଭାଇ ଭୂମିକାରେ ନଜର ଆସିଥିଲେ ।

ଅନେକ ସମୟରେ ଦୁହିଁଙ୍କୁ ସ୍ପଟ କରାଯାଇସାରିଲାଣି । ଯାହାପରେ ଖବର ଆସିବାକୁ ଲାଗିଛି ଯେ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ମାତ୍ର ଯେତେବେଳେ ଅପାରଶକ୍ତିଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା ସେ କହିଥିଲେ ଦୁହେଁ ନିଜ ନିଜ ଫିଲ୍ମ ସୁଟରେ ବ୍ୟସ୍ତ ଥିଲେ । ତେଣୁ ଏବେ ସମୟ ପାଇବାରୁ ପ୍ଲାନ କରିଥିଲେ , ନଚେତ ସେମିତି କିଛି ନାହିଁ । ଏଭଳି ଖବର ଯେବେ ପଢନ୍ତି ତାଙ୍କୁ ମଧ୍ୟ ହସ ଆସେ ବୋଲି କହିଛନ୍ତି ଅପାରଶକ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ‘ସ୍ତ୍ରୀ’ରେ ନଜର ଆସିଥିଲେ ଅପାରଶକ୍ତି । ଫିଲ୍ମ ଖୁବ ହିଟ ମଧ୍ୟ ହେବାରେ ଲାଗିଛି । ସେହିଭଳି ଫାତିମା ତାଙ୍କ ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସୁଟରେ ବ୍ୟସ୍ତ ଥିଲେ । ଏହି ଫିଲ୍ମ ଦିପାବଳୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More