Only for Entertainment

ସବୁଠାରୁ ଭୟଙ୍କର ସ୍ଥାନ !

Pinterest
0 53

ଆଜିର ଦିନରେ ଅମିତି କୌଣସି ସ୍ଥାନ ରହିଛି, ଯାହା ଖୁବ ଭୟଙ୍କର କହିଲେ ହୁଏତ ଲୋକ ବିଶ୍ୱାସ କରିବା କଷ୍ଟ । କିନ୍ତୁ ଦୁନିଆରେ ଏମିତି ଜାଗା ରହିଛି, ଯେଉଁଠାକୁ ଗଲେ ଆପଣ ଭୟକୁ ସ୍ୱୀକାର କରିବାକୁ ବାଧ୍ୟ ହେବେ । ସେଥିପାଇଁ ତ ବିଶ୍ୱରେ ଏମିତ କିଛି ସ୍ଥାନ ବି ଶୂନଶାନ ପଡିରହିଛି । ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ…

ପ୍ରଥମତଃ ୧୦ ଜୁନ ୧୯୪୪ରେ ଓତାଦୁର ସୁର ନାମକ ସହର ପ୍ରଥମେ ଚର୍ଚ୍ଚରେ ଆସିଥିଲା । ଏହି ସହର ଖାଲି ହେବା ପଛର କାହାଣୀ ବଡ ବିଚିତ୍ର ଥିଲା । ସେଠାରେ ଜଣେ ଅଫିସରଙ୍କୁ ସୂଚନା ମିଳିଥିଲା ଯେ ତାଙ୍କର ଜଣେ ସାଥିଙ୍କୁ ବନ୍ଧକ ରଖାଯାଇଛି । ଏହି ଘଟଣା ପରେ ପୂରା ସହର ଖାଲି କରିଦିଆଯାଥିଲା ।

ଦ୍ୱିତୀୟତଃ, ୟକ୍ରେନର ବେଲାରୁସ ସହର । ରାଜ୍ୟର ସୀମାରେ ଅବସ୍ଥିତ ଏହି ସହରରେ ଜନବସତି ନାହିଁ । ଦୀର୍ଘ ବର୍ଷ ଧରି ଏ ସହର ଖାସି ପଡିଛି । ନ୍ୟୁକ୍ଲିୟର ଦୁର୍ଘଟଣା ପରଠାରୁ ଏ ସହରକୁ ଖାସି କରିଦିଆଯାଇଛି । ସେବେଠାରୁ ଏ ସହରରେ ଆଉ ଜନବସତି ସ୍ଥାପିତ ହୋଇନାହିଁ । ମିଡିଆ ରିପୋର୍ଟ ଅନୁସାରେ ଏହି ସହରରେ ଥିବା ଚର୍ଚ୍ଚରେ ବିଭିନ୍ନ ଅଦ୍ଭୁତ ପ୍ରକାର ଶକ୍ତି ରହିଥିବାର ଜଣାପଡିଛି ।
ଉଲ୍ଲେଖଯୋଗ୍ୟ, ଏକଦା ସେହି ସହରରେ ୨୦୦ ପରିବାର ରହୁଥିଲେ । କିନ୍ତୁ ୧୯୫୬ ପରେ ସମସ୍ତ ଲୋକ ସହର ଛାଡି ଚାଲିଗଲେ । ଆଉ ସହର ଆଜିଯାଏ ମୃତବସ୍ଥାରେ ପଡିରହିଛି ।

ତୃତୀୟତଃ, ଏମିତି ଏକ ସହର ରହିଛି କାଲିଁଫର୍ଣ୍ଣିଆର ବୋଡି । ଏହା ୧୮୮୬ରେ ପ୍ରଥମେ ସ୍ଥାପିତ ହୋଇଥିଲା । ଏଠାରେ ଥିବା ସୁନା ଖଣିରେ କାମ କରିବା ପାଇଁ ଜନବସତିର ଆରମ୍ଭ ହୋଇଥିଲା । ମାତ୍ର ପରେ ଖଣିରୁ ସୁନା ସରିବା ସହ ଅଧିବାସୀମାନେ କ୍ରମଶଃ ସେ ସହରକୁ ଛାଡି ଚାଲିଯାଇଥିଲେ । କିଛିଦିନ ପରେ ସହରକୁ ଛାଡି ଚାଲିଯାଇଥିଲେ । କିଛିଦିନ ପରେ ସହର ହିଁ ଖାଲି ପଡିଥିଲା । ଅବଶ୍ୟ ଏ ସହର ଖୁବ ନିକଟରେ ଖାଲି ହୋଇଛି । ୨୦୦୦ ମସିହା ପରେ ହିଁ ସହର ଖାଲି ହୋଇଛି ।

ସେହିପରି ବେଲଜିୟମର ପପର୍ସ ସହରରେ ସମସ୍ତ ସୁବିଧା ସୁଯୋଗ ରହିଥିଲେ ବି ଏଠାରେ କେହି ରହୁ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More