Only for Entertainment

ସଲମାନଙ୍କ ଫିଲ୍ମରେ ମୃତ୍ୟୁର କୂଅ,ୟୁପିର ବାଇକର୍ସଙ୍କ ସାହସୀ ଷ୍ଟଂଟ ।

aajtak
20

ସଲମାନଙ୍କ ଅଭିନୀତ ଫିଲ୍ମ ଭାରତ ବହୁ ଦିନ ହେବ ଚର୍ଚ୍ଚାରେ ଅଛି । ଫିଲ୍ମରେ ସଲମାନଙ୍କ ସହିତ କ୍ୟାଟ୍ରିନା କୈଫ ନଜର ଆସିବେ । ଫିଲ୍ମରେ ଆକ୍ସନର ଫୁଲ ଡୋଜ ଦେଖିବାକୁ ମିଳିବ ବୋଲି ବହୁ ଦିନ ହେବ ଚର୍ଚ୍ଚା କରାଯାଉଛି ।ଫିଲ୍ମରେ ପ୍ରଥମ ଥର ଏଭଳି ଷ୍ଟଂଟ ଦେଖାଯିବ ଯାହା ଲୋକମାନେ ମେଳାରେ ଦେଖିଥାନ୍ତି । ଏହି ଜନପ୍ରିୟ ଷ୍ଟଂଟ ଦୃଶ୍ୟ ହେଉଛି ମୃତ୍ୟୁର କୂଅ ।

ଫିଲ୍ମର ନିର୍ଦ୍ଦେଶକ ଅଲି ଅବାସ ଜଫର ଏହାର ସୂଚନା ତାଙ୍କ ଟ୍ୱିଟର ଆକାଉଂଟରେ ଦେଇଛନ୍ତି ।ସେ ଏହାକୁ ତାଙ୍କ ଜୀବନର ସବୁଠାରୁ ସାହସୀ ଷ୍ଟଂଟ ବୋଲି ଲେଖିଛନ୍ତି ।ଏହାକୁ ଉତ୍ତର ପ୍ରଦେଶର ରାଇଡର୍ସ ପୂରା କରିଛନ୍ତି ।

 

କହିରଖୁଛୁଯେ ଏହି ଫିଲ୍ମ ‘ଓଡ ଟୁ ମାଇ ଫାଦର’ର ହିନ୍ଦି ରିମେକ । ଏଥିରେ ଯୁଦ୍ଧ ସମୟର ଘଟଣାକୁ ଦେଖାଯାଇଛି । ବହୁ ବର୍ଷର କାହାଣୀକୁ ଏହା ଦେଖାଇବ । ଫିଲ୍ମ ୩ ଘଂଟା ପାଖପାଖି ହୋଇପାରେ ।ଫିଲ୍ମରେ କ୍ୟାଟ୍ରିନାଙ୍କ ବ୍ୟତୀତ ଦିଶା ପାଟନୀ ମଧ୍ୟ ନଜର ଆସିବେ ।୫ ଜୁନ ୨୦୧୯ରେ ଫିଲ୍ମ ରିଲିଜ ହେବ ।ତେବେ ଏହାକୁ ଇଦ ମୌକାରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More