Only for Entertainment

ମା’ଙ୍କ ପାଇଁ ବର ଖୋଜୁଛି ଝିଅ! ଭାଇରାଲ ହେଲା ଟୁଇଟ୍‌

IForHer
35

ସୋସିଆଲ ମିଡିଆରେ ଏବେ ଏକ ମା’-ଝିଅଙ୍କ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଫଟୋର କ୍ୟାପ୍‌ସନରେ ଲେଖାଯାଇଥିବା କଥା ପାଇଁ ଫଟୋଟି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଅଧିକ ପସନ୍ଦ ଆସୁଥିବା ଜଣା ପଡ଼ିଛି । ଯୁବତୀଜଣଙ୍କ ନିଜ ମା’ଙ୍କ ସହ ସେଲ୍‌ଫି ନେଇ ସେୟାର କରିଥିବା ବେଳେ ସେ ନିଜ ମା’ଙ୍କ ପାଇଁ ଏକ ସୁନ୍ଦର ବର ଖୋଜୁଥିବା କଥା ଲେଖିଛନ୍ତି । ନିଜ ମା’ଙ୍କ ପାଇଁ ଏଭଳି ପ୍ରୟାସ କରୁଥିବାରୁ ଯୁବତୀଙ୍କୁ ଏବେ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ଆସ୍ଥା ବର୍ମା ନାମକ ଜଣେ ଟୁଇଟ୍‌ର ବ୍ୟବହାରକାରୀ ଏହି ଫଟୋ ଟୁଇଟ୍‌ କରିଥିବା ବେଳେ ଫଟୋ କ୍ୟାପ୍‌ସନରେ ଲେଖାଯାଇଛି କି, ମୋ ମା’ଙ୍କ ପାଇଁ ୫୦ବର୍ଷୀୟ ସୁନ୍ଦର ବ୍ୟକ୍ତିଙ୍କୁ ଖୋଜୁଛି, ଯିଏ ଶାକାହାରୀ ହୋଇଥିବା ସହ ମଦ ପିଉ ନଥିବ ଏବଂ ଭଲ ଆୟ କରୁଥିବ । ନିଜ ପାଇଁ ବର ଖୋଜିବା ବୟସରେ ନିଜ ମା’ଙ୍କ କଥା ଭାବି ତାଙ୍କ ପାଇଁ ବର ଖୋଜୁଥିବାରୁ ଲୋକେ ଆସ୍ଥାଙ୍କ ପ୍ରୟାସକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More