Only for Entertainment

ରିଲିଜ ହେଲା ଏକତା କପୁରଙ୍କ ଶୋ’ ଡାୟନର ଟିଜର, ସୁପର ନ୍ୟାଚୁରାଲ ପାୱାର ଉପରେ ଆଧାରିତ ଏହି ଶୋ’ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁଳି ଉଠିବ ।

DesiMartini
38

ଟିଭି ଏବଂ ଫିଲ୍ମ ଦୁନିଆର ପ୍ରସିଦ୍ଧ ପ୍ରଡ୍ୟୁସର ଏକତା କପୁର ଖୁବ ଶୀଘ୍ର ଏକ ନୂଆ ଟିଭି ଶୋ’ ନେଇ ଛୋଟ ପରଦାକୁ ଆସୁଛନ୍ତି । ଏହି ଶୋ’ ଦର୍ଶକଙ୍କ ସମ୍ନାକୁ ଆସିବା ପୂର୍ବରୁ ଏହାର ଟିଜରକୁ ରିଲିଜ କରାଯାଇଛି । ଆଣ୍ଡଟିଭିରେ ପ୍ରଶାରିତ ହେବାକୁ ଥିବା ଏହି ଟିଭି ଶୋ’ର ଟାଇଟଲ ରହିଛି ‘ଡାୟନ’ । ଏହି ଶୋରେ ମୁଖ୍ୟ ଭୂମିକାରେ ନଜର ଆସିବେ ମୋହିତ ମଲହୋତ୍ରା ।

ଆପଣଙ୍କୁ କହିରଖୁଛୁ ଯେ, ଟିଭି ଶୋ’ ଡାୟନ ସୁପର ନ୍ୟାଚୁରାଲ ପାୱାର ଉପରେ ଆଧାରିତ । ଡାୟନର କାହାଣୀ ଏକ ରହସ୍ୟମୟୀ ମହିଳା ସହିତ ଜଡିତ । ଆପଣଙ୍କୁ କହିରଖୁଛୁ ଯେ, ଡାୟନର ଟିଜର ଦେଖିବା ପରେ ଆପଣଙ୍କୁ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ ନିଶ୍ଚିତ ମନେ ପକାଇଦେବ ।

ଏକତା କପରଙ୍କ ଏହି ଶୋ’ ପାଇଁ ପୂର୍ବରୁ ଅଦା ଶର୍ମାଙ୍କ ନାମ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଅଦାଙ୍କ ବଦଳରେ ଟିନା ଦତ୍ତା ନଜର ଆସିବେ । ସୋସିଆଲ ମିଡିଆରେ ଏବେ ଡାୟନର ଟିଜର ଭାଇରାଲ ହେବାରେ ଲାଗିଛି । ଡାୟନର ଟିଜର ଦେଖିବାକୁ ଖୁବ ଭୟାନକ ହୋଇଛି ।

ଦେଖନ୍ତୁ ଟିଜର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More