Only for Entertainment

DDLJ କୁ ୨୩ ବର୍ଷ : ଫିଲ୍ମ ଯାହା ଶାହରୁଖଙ୍କୁ ବନାଇଥିଲା ରୋମାନ୍ସର ବାଦଶାହ

Mashable
24

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ ଅଭିନେତ୍ରୀ କାଜୋଲଙ୍କ ଷ୍ଟାରର ଫିଲ୍ମ ‘ଦିଲବାଲେ ଦୁଲହନିଆ ଲେ ଜାୟେଙ୍ଗେ’ ବଲିଉଡର ଅନେକ ରେକର୍ଡ ନିଜ ନାମରେ କରିଥିଲା । ଏହି ଫିଲ୍ମ ଜରିଆରେ ଅନେକ କଳାକାରଙ୍କୁ ନୂଆ ପରିଚୟ ମିଳିଥିଲା । ରାଜ ଏବଂ ସିମରନର ଲଭଷ୍ଟୋରୀ ୟଙ୍ଗଷ୍ଟାରର୍ସଙ୍କୁ ପ୍ରେମର ପରିଭାଷା ବୁଝାଇଥିଲା । ଫିଲ୍ମରେ ଶାହରୁଖଙ୍କ, ରାଜ ଚରିତ୍ର ତାଙ୍କୁ ରୋମାନ୍ସର ବାଦଶାହ ବନାଇଥିଲା ।

ddlj

କାଜୋଲ ଏବଂ ଶାହରୁଖଙ୍କ ଏହି ଫିଲ୍ମ ଆଜି ଦିନ ଅର୍ଥାତ ୧୯ ଅକ୍ଟୋବର ୧୯୯୫ରେ ରିଲିଜ ହୋଇଥିଲା । ଫିଲ୍ମ ରିଲିଜ ହେବାର ୨୩ ବର୍ଷ ପୂରିଥିଲେ ବି ଦର୍ଶକ ଏହି ଫିଲ୍ମକୁ ଆଜି ମଧ୍ୟ ଦେଖିବାକୁ ପସନ୍ଦ କରୁଛନ୍ତି । ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଚେପ୍ରା ଏହାର ନିର୍ଦ୍ଦେଶନା ଦେଇଥିଲେ । କଳାକାରମାନଙ୍କ ଅଭିନେୟ ବ୍ୟତୀତ ଫିଲ୍ମର ଗୀତ ଗୁଡିକ ମଧ୍ୟ ଖୁବ ଲୋକପ୍ରିୟ ହୋଇଥିଲା ।

dilwale

ଆପଣଙ୍କୁ କହିରଖୁଛୁ ଯେ, ମୁମ୍ବାଇର ମରାଠା ମନ୍ଦିର ସିନେମା ହଲରେ ଶାହରୁଖଙ୍କ ଏହି ଫିଲ୍ମ ୨୦ ବର୍ଷ ହେଲା ପ୍ରଦର୍ଶିତ ହେଉଛି । ଫିଲ୍ମ କାଜୋଲ ଏବଂ ଶାହରୁଖଙ୍କ କ୍ୟାରିୟରକୁ ଏକ ନୂଆ ମୋଡ ଦେଇଥିଲା । ଖୁବ କମ ଲୋକଙ୍କୁ ଏହା ଜଣାଥିବା ଯେ, ଏହି ଫିଲ୍ମ ପାଇଁ ଶାହରୁଖ ପ୍ରଥମ ପସନ୍ଦ ନଥିଲେ । ଏହା ପରେ ମିଧ୍ୟ ଏହି ଫିଲ୍ମ ତାଙ୍କୁ ରୋମାନ୍ସର ବାଦଶାହ ଭାବେ ପରିଚିତ କରାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More