Only for Entertainment

‘ଦେ ଦେ ପ୍ୟାର ଦେ’ର ପ୍ରଥମ ଗୀତ ରିଲିଜ, ରକୁଲ ପ୍ରିତଙ୍କ ଠୁମକାରେ ଫିଦା ହେଲେ ଅଜୟ

LyricsBell
31

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ପ୍ରଥମ ଗୀତ ‘ବଡ୍ଡୀ ଶରାବନ’ ରିଲିଜ ହୋଇଛି । ଗୀତ ରିଲିଜ ହେବାର କିଛି ଘଣ୍ଟା ପୂର୍ବରୁ ଆଅଜୟ ଦେବଗନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଗୀତର ଝଲକ ଦେଖିବାକୁ ମିଳିଥିଲା ।

ଫିଲ୍ମର ଏହି ଗୀତକୁ ନିଜର ଆକର୍ଷଣୀୟ ଭଏସ ଦେଇଛନ୍ତି ସୁନିଧି ଚୌହାନ । ଏହା ସହିତ ଗୀତରେ ଅଜୟ ଦେବଗନ ଏବଂ ରକୁଲ ପ୍ରିତଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଫିଲ୍ମର ଏହି ପ୍ରଥମ ଗୀତଟି ଏକ ପଂଜାବୀ ୱେଡିଂ ସଙ୍ଗ । ଗୀତରେ ରକୁଲ ପ୍ରିତ ଜବରଦସ୍ତ ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହା ସହିତ ଗୀତରେ ଦେଖିବାକୁ ମିଳିଛି ଅଜୟ ଦେବଗନ କିପରି ରକୁଲଙ୍କ ଡ୍ୟାନ୍ସରେ ଫିଦା ହେଉଛନ୍ତି । କହିରଖୁଛୁ ଯେ, ପ୍ରଥମ ଥର ପାଇଁ ରକୁଲ ପ୍ରିତଙ୍କ ଅଜୟ ଦେବଗନ ବଡ ପରଦାରେ ସ୍କ୍ରିନ ସେୟାର କରୁଛନ୍ତି । ଫିଲ୍ମରେ ଅଜୟ ଦେବଗନ ଏବଂ ରକୁଲପ୍ରିତଙ୍କ ବ୍ୟତିତ ତବୁ ମଧ୍ୟ ନଜର ଆସିବେ ।

ଫିଲ୍ମରେ ଅଜୟ ଜଣେ ବିବାହିତ ପୁରୁଷ ଭାବେ ନଜର ଆସିଛନ୍ତି । ଯାହାକୁ ନିଜ ଠାରୁ ୨୬ ବର୍ଷ ଛୋଟ ଝିଅ ରକୁଲ ପ୍ରିତଙ୍କ ସହିତ ପ୍ରେମ ହୋଇଯାଏ । ଫିଲ୍ମରେ ତବୁ ଅଜୟ ଦେବଗନଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇ ଥିଲା । ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିସଲ୍ମ ୧୭ ମଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More