Only for Entertainment

ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ଫାର୍ମହାଉସରୁ ବାହାରିଲା ପୋତା ଯାଇଥିବା ଶବ

1,124

ନାଗାର୍ଜୁନ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତା । ସେ ହାଇଦ୍ରାବାଦରେ ରୁହନ୍ତି । ନିକଟରେ ତାଙ୍କ ଫାର୍ମ ହାଉସରେ ପୋତା ହୋଇଥିବା ଏକ ଶବ ମିଳିଛି । ତାଙ୍କ ଫାର୍ମହାଉସ ତେଲେଙ୍ଗାନାର ରଙ୍ଗାରେଡ଼ି ଜିଲ୍ଲାର ପାପିରେଡ଼ିଗୁଡ଼ା ନାମକ ସ୍ଥାନରେ ରହିଛି ।
ଘଟଣା ୧୮ ସେପେô୍ମ୍ବରର । ନାଗାର୍ଜୁନ କିଛି ଶ୍ରମିକଙ୍କୁ ଫାର୍ମହାଉସକୁ ପଠାଇଥିଲେ । କାରଣ ସେମାନେ ଏହାକୁ ପରିଷ୍କାର ପରିଛନ୍ନ କରି ଚାଷ ପାଇଁ ପ୍ରଯୁଯ୍ୟ କରିପାରିବେ । କିନ୍ତୁ ପରିଷ୍କାର କରିବାକୁ ଯାଇଥିବା ଶ୍ରମିକଙ୍କ ସହିତ ଘଟିଲା ଅଜବ ଘଟଣା । ସେଠାରେ ତିଆରି ହୋଇଥିବା ଏକ ଘର ନିକଟରୁ ଗନ୍ଧ ଆସିଲା । ଯେତେବେଳେ ଘର ଭିତରକୁ ଯାଇ ଦେଖିଲେ ତ ସେଠାରେ ଏକ ଶବ ପଡ଼ିଥିଲା । ଯାହା ପ୍ରାୟ କଙ୍କାଳ ହୋଇଯାଇଥିଲା । ତତକ୍ଷଣାତ ଶ୍ରମିକମାନେ ଏହାର ସୂଚନା ପୋଲିସରେ ଦେଲେ ।

ପୋଲିସର କହିବା ଅନୁସାରେ ଶବ ସମ୍ବୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ସେମାନଙ୍କ ଅନୁମାନ ଅନୁସାରେ ଏହା ୬ ମାସର ହୋଇପାରେ । ପୋଲିସ ଏହା ଆଶଙ୍କା କରୁଛିଯେ ଏହା ଆତ୍ମହତ୍ୟା ଘଟଣା ହୋଇପାରେ ।

ରିପୋର୍ଟ ଅନୁସାରେ ଏହି ଜମି ୪୦ ଏକର ପର୍ଯ୍ୟନ୍ତ ଘେରି ରହିଛି ଏବଂ ଦୀର୍ଘ ଦିନ ଧରି ବିନା କାମରେ ପଡ଼ି ରହିଛି । ନାଗାର୍ଜୁନ ଅଳ୍ପ କିଛି ଦିନ ହେବ ଏହାକୁ କିଣିଛନ୍ତି । ମୃତ୍ୟୁର କାରଣ ସାମ୍ନାକୁ ଆସିନଥିବାରୁ ପୋଲିସ କିଛି କହିବାକୁ ମନା କରି ଦେଇଛି ଏବଂ ଘଟଣାର ଯାଂଚ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More