Only for Entertainment

ଦୁବାଇରେ ପୋଷ୍ଟମର୍ଟମ ପରେ ଭାରତକୁ ଫେରିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ।

youtube
0 93

ରୂପେଲି ପରଦାର ସୁନ୍ଦରୀ ନାୟିକା ଶ୍ରୀଦେବୀ ଗତ କାଲି ଦେହ ତ୍ୟାଗ କରିଛନ୍ତି । ଏହି ଦୁଃଖଦ ଖବରରେ କେବଳ ଭାରତ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ଲୋକ ଦୁଃଖପ୍ରକାଶ କରିଛନ୍ତି । ତେବେ ଦୁବାଇରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେଠାରେ ପୋଷ୍ଟମର୍ଟମ ପରେ ତାଙ୍କର ପାର୍ଥିବ ଶରୀର ଭାରତରେ ପହଂଚିବ ।

ଶ୍ରୀଦେବୀଙ୍କ ସହିତ ତାଙ୍କ ଝିଅ ଖୁସି ଏବଂ ସ୍ୱାମୀ ବୋନି କପୁର ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ସହିତ ବୋନିଙ୍କ ଭାଇ ସଂଜୟ ମଧ୍ୟ ଯାଇଥିଲେ । କିନ୍ତୁ ରାତି ୧୨ଟାରେ ସଂଜୟ ମୁମ୍ବାଇ ଫେରି ଆସିଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ମିଳିଥିଲା । ଏହାପରେ ସେ ପୁଣିଥରେ ଦୁବାଇ ଚାଲିଗଲେ ।

ଶ୍ରୀଦେବୀ ଅଭିନେତା ମୋହିତ ମାରବାହଙ୍କ ବିବାହରେ ଯୋଗ ଦେବା ପାଇଁ ମୁମ୍ବାଇ ଯାଇଥିଲେ । ୨୦ ତାରିଖରେ ବିବାହ ସମାପ୍ତ ହେବା ପରେ ସମଗ୍ର ପରିବାର ମୁମ୍ବାଇ ଫେରି ଆସିଥିଲେ କିନ୍ତୁ ଶ୍ରୀଦେବୀ,ବୋନି କପୁର ଏବଂ ଖୁସି ସପିଂ ପାଇଁ ସେଠାରେ ରହିଥିଲେ ।

ଫିଲ୍ମ ‘ମମ’ରେ ଶେଷ ଥର ପାଇଁ ନଜର ଆସିଥିଲେ ଏବଂ ପୂର୍ବ ପରି ସେହି ଚରିତ୍ର ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More