Only for Entertainment

ଏକୁଟିଆପଣରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଉପାୟ !

Power of Positivity
36

ଏକୁଟିଆପଣ  ମଣିଷ ଜୀବନର ସବୁଠୁ ବଡ଼ ରୋଗ କହିଲେ ଭୁଲ ହେବନାହିଁ। ମଣିଷ ଏକୁଟିଆ ରହିଲେ ଏଣୁତେଣୁ ଚିନ୍ତାଧାରା ମୁଣ୍ଡରେ ପଶିଥାଏ। ଯେଉଁଥିପାଇଁ  ଅନେକ ରୋଗର ଶିକାର ହେବାକୁ ପଡ଼େ । ଏହାର ଉତ୍ତର ଖୋଜିଲେ ବି ମିଳେ ନାହିଁ। ତେବେ ଚାଲନ୍ତୁ ଜାଣିବା ଏହି ଏକୁଟିଆପଣକୁ  କିଭଳି ଦୂର କରିବେ।

ନିଜକୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରନ୍ତୁ। ଲୋକମାନଙ୍କ ସହ ମିଳାମିଶା ଦ୍ୱାରା ଏକୁଟିଆପଣ ଦୂର ହୋଇଥାଏ। ଏହା ଦ୍ୱାରା ମାନସିକ ସ୍ଥିତି ବି ଭଲ ରହିଥାଏ।

କୌଣସି କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ନୂଆ ଲୋକଙ୍କ ସହ ମିସନ୍ତୁ। ତାଙ୍କ ସହ କଥା ହୁଅନ୍ତୁ।

ନିଜ ଜୀବନକୁ ନିୟନ୍ତ୍ରଣ କରନ୍ତୁ।

ନିଜକୁ ଅଲଗା ରଖିବା ପରିବର୍ତ୍ତେ ଆପଣ ଅଧିକ ଅଧିକରୁ  ନିଜ ପରିବାର ଓ ବନ୍ଧୁ ମେଳରେ ମିଳି ମିଶି ରୁହନ୍ତୁ।

ଦିନଚର୍ଯ୍ୟାର ସୂଚୀ ପ୍ରସ୍ତୁତ କରନ୍ତୁ । ଯେମିତି ଆପଣ ଅଧିକ ସମୟ ନିଜ ପରିବାର ଓ ବନ୍ଧୁଙ୍କୁ କାମରେ ସାହାଯ୍ୟ କରି ପାରୁଥିବେ।

ଅନ୍ୟ ଲୋକମାନଙ୍କର ଭାବନା ତଥା ସେମାନଙ୍କ ଆବଶ୍ୟକତାକୁ ବୁଝନ୍ତୁ। ଯଥାସମ୍ଭବ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଏମିତି କରିବା ଦ୍ୱାରା ଏକୁଟିଆ ପଣ ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More