Only for Entertainment

ଇଂଟରନେସନାଲ ସିଙ୍ଗରଙ୍କର ରହସ୍ୟମୟୀ ମୃତ୍ୟୁ

www.businessinsider.com
0 68

୪୬ ବର୍ଷୀୟା ଇଂଟରନେସନାଲ ସିଙ୍ଗର ‘ଡୋଲେରେସ ଓ ରିଓର୍ଡନ’ଙ୍କର ଗତ ସୋମବାରଦିନ ରହସ୍ୟମୟୀ ମୃତ୍ୟୁ ଘଟିଛି । ଆୟାରଲ୍ୟାଣ୍ଡର ସରକାରୀ ଟେଲିଭିଜନ ଆରଟିଇ ତରଫରୁ ଏହି ସୂଚନା ମିଳିଛି । ତାଙ୍କ ପବ୍ଲିସିଟି ଲିଣ୍ଡସେ ହୋମ ଏହି ବିଷୟରେ ଏକ ଷ୍ଟେଟମେଂଟ ଜାରି କରିଛି । ‘ଡୋଲେରେସ ଓ ରିଓର୍ଡନ’ ରକ ମ୍ୟୁଜିକ ବ୍ୟାଣ୍ଡ ‘ଦ କ୍ରେନବେରିଜ’ର ମୁଖ୍ୟ ଗାୟିକା ଥିଲେ । ଲିଣ୍ଡସେର କହିବା ଅନୁସାରେ ଆୟାରିସ ଓ ଇଂଟରନେସନାଲ ସିଙ୍ଗର ‘ଡୋଲେରେସ ଓ ରିଓର୍ଡନ’ ଏକ ରେକର୍ଡ଼ିଂ ପାଇଁ ଲଣ୍ଡନ ଯାଇଥିଲେ । କିନ୍ତୁ ସେଠାରେ ଅଚାନକ ଭାବରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚଯ୍ୟଚକିତ କରିଦେଇଛି ।

ଲଣ୍ଡନର ମେଟ୍ରୋପଲିଟନ ପୋଲିସ ବୟାନ ଜାରି କରି ଡୋଲେରେସଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛି । ବୟାନ ଅନୁସାରେ ଡୋଲେରେସଙ୍କ ଶବ ପାର୍କ ଲେନର ଏକ ହୋଟେଲରୁ ମିଳିଛି । ହୋଟେଲ ହେଲ୍ଟନର ପ୍ରବକ୍ତା ମଧ୍ୟ ଡୋଲେରେସଙ୍କ ମୃତ୍ୟୁକୁ ନେଇ ଖୁବ ଦଃୁଖ ପ୍ରକାଶ କରିଛନ୍ତି ।

ଆୟାରଲ୍ୟାଣ୍ଡର ରାଷ୍ଟ୍ରପତି ମାଇକଲ ଡି ହିଙ୍ଗିସଙ୍କ କହିବା ଅନୁସାରେ ଆୟାରିସର ସଙ୍ଗୀତ,ସଙ୍ଗୀତକାର ଏବଂ କଳାକୁ ପସନ୍ଦ କରୁଥିବା ସମସ୍ତ ଲୋକଙ୍କୁ ଡୋଲେରେସଙ୍କ ମୃତ୍ୟୁ ଠାରୁ ଅଧିକ କ୍ଷତି ହୋଇଛି । ମ୍ୟୁଜିକ ବ୍ୟାଣ୍ଡ ‘କ୍ରେନବେରିଜ’ ଟ୍ୱିଟର ମାଧ୍ୟମରେ ଦୁଃଖ ପ୍ରକାଶ କରିଛି । ଏଭଳି ଜଣେ ଅସାଧାରଣ ପ୍ରତିଭାଙ୍କୁ ହରାଇବା ନିଶ୍ଚିତ ଭାବରେ ଦୁଃଖର ବିଷୟ । ତେବେ ଡୋଲେରେସଙ୍କ ମୃତ୍ୟୁରେ ସାରା କଳା ଜଗତ ନିରାଶ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More