Only for Entertainment

ବହୁସମୟ ପରେ ପରଦାକୁ ଫେରୁଛନ୍ତି ଏହି ନାୟିକା।

facebook
0 53

ଆଲବମ୍‌ ଜରିଆରେ ବେଶ କେତେକ କଳାକାର ବଡ଼ ପରଦାକୁ ଆସିଛନ୍ତି ।ଏମାନଙ୍କ ଭିତରୁ ଜଣେ ହେଲେ ଦେବଯାନୀ । ସେ ଓଲିଉଡରେ ପ୍ରବେଶ କରିବା ପୂର୍ବରୁ ଆଲବମ୍‌ ଜଗତରେ ହଇଚଇ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ ଆଇ ଲଭ୍‌ ମାଇଁ ଇଣ୍ଡିଆ ’ । ଏଥିରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ପିଣ୍ଟୁ ନନ୍ଦ। ବିଭୁତି ରାଉତ ରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅବଶ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳି ନ ଥିଲା ଦେବଯାନୀଙ୍କୁ ।

ତେବେ ଦେବଯାନୀ ନାୟିକା ସାଜି ଓଡ଼ିଆ ଛବି ‘ ରଙ୍ଗିଲା ଟୋକା ’ ଓ ‘ ଖାସ୍‌ ତୁମରି ପାଇଁ ’ ଆଦିରେ ଅଭିନୟ କରିଛନ୍ତି । ବିଶେଷ କରି ଜଣାଶୁଣା ହାସ୍ୟାଭିନେତା ପପୁ ପମପମଙ୍କ ବିପକ୍ଷରେ ‘ ରଙ୍ଗୀଲା ଟୋକା ’ରେ ନାୟିକା ଭୂମିକା କରି ବେଶ୍‌ ସଫଳତା ହାସଲ କରିଥିଲେ ।
ଏବେ ଦେବଯାନୀ ପୁଣି ଫେରୁଛନ୍ତି ଲିଡ୍‌ରୋଲ୍‌ରେ । ହଁ ସେ ରାୟ ମିଡିଆ କମ୍ୟୁନିକେସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ‘ ଅଜାତ ଶତ୍ରୁ ’ ରେ ସେ ଜଣେ ନବାଗତ ନାୟକଙ୍କ ବିପକ୍ଷରେ ଅଛନ୍ତି । ଏହି ନବାଗତ ଜଣକ ହେଲେ ସୋହମ ସିଂହ । ଏହି ଫିଲ୍ମରେ ଦେବଯାନୀଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ନିକିତା ।

ଏତଦ୍‌ବ୍ୟତୀତ ନବାଗତ ସାଦ୍‌ଭି ସିଂହ, ମନୋଜ ମିଶ୍ର, ଶକ୍ତି ବରାଳ, ସଲିଲ ମିତ୍ର ଓ କାଳୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ‘ ଅଜାତ ଶତ୍ରୁ ’ ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାହିତ୍ୱ ବହନ କରିଛନ୍ତି ‘ ଚୁପ୍‌ କିଏ ରେ ଆସୁଛି ’ ଓ ‘ଅଞ୍ଜଳି’ ଫେମ୍‌ ବିଶ୍ୱଭୂଷଣ ମହାପାତ୍ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More