Only for Entertainment

କମ ଦିନରେ ସଫଳତା ହାତେଇଥିବା ସାରାଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା ।

filmcompanion
34

ବଲିଉଡର ନୂଆ ଫେସ୍ ଭାବେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ସୈଫ ଅଲ୍ଲି ଖାନ୍ ଓ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲି ଖାନ୍ । ଅନସ୍କ୍ରିନ୍ ହେଉ କି ଅଫସ୍କ୍ରିନ୍, ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି ବଲିଉଡର ଏହି ନୂଆ ସୁନ୍ଦରୀ । ଗତ ଡିସେମ୍ବର ମାସରେ ସାରାଙ୍କ ଅଭିନୀତ ୨ଟି ସିନେମା ପରଦାକୁ ଆସିଥିଲା । ଚଳଚ୍ଚିତ୍ର କେଦାରନାଥରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ରୋମାନ୍ସ କରିବାରେ ନଜର ଆସିଥିଲେ ଏହି ସୁନ୍ଦରୀ । ଏହାପରେ ଅଭିନେତା ରଣବୀର୍ ସିଂଙ୍କ ବିପକ୍ଷରେ ନାୟିକା ଭାବେ ସାରାଙ୍କୁ ଦେଖିବାକୁ ମିଳିଲା ଚଳଚ୍ଚିତ୍ର ସିମ୍ବାରେ । ସାରାଙ୍କ ପ୍ରଥମ ୨ଟି ସିନେମା ସୁପରହିଟ୍ ହେବା ସହିତ ସାରା ହୋଇଗଲେ ଇଣ୍ଡଷ୍ଟ୍ରୀର ନୂଆ ସୁପରହିଟ୍ ନାୟିକା । ଏତେ କମ୍ ଦିନରେ ଏତେ ସଫଳତା ହାତେଇଥିବା ସାରାଙ୍କ ବିଷୟରେ ଏସବୁ କଥା ପ୍ରାୟ ସମସ୍ତେ ଜାଣିଥିବେ । ହେଲେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଏମିତି କଥା ଅଛି ଯାହା ତାଙ୍କ ପ୍ରଶଂସକମାନେ ଜାଣି ନଥିବେ ।

  • ୧୨ ଅଗଷ୍ଟ ମୁମ୍ବାଇରେ ହୋଇଛି ସାରାଙ୍କ ଜନ୍ମ । ଆଉ ସେ ପିଲାଟି ଦିନରୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲେ । ତେବେ ପ୍ରଥମେ ତାଙ୍କୁ ପାଠ ପଢା ଶେଷ କରିବା ପାଇଁ କୁହାଯାଇଥିଲା ।
  • ପାଠ ପଢାରେ ସାରା ସବୁବେଳେ ଆଗରେ ଥିଲେ । କଲମ୍ବିଆ ୟୁନିଭର୍ସିଟିରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ୍ ଶେଷ କରିଛନ୍ତି ସାରା । ଏହାଛଡା ଅଭିନୟରେ ତାଲିମ୍ ମଧ୍ୟ ନେଇଛନ୍ତି ସେ ।
  • ସାରା ପିଲାଟି ଦିନରୁ ଜଣେ ହେଲ୍ଦି ଝିଅ ଥିଲେ । ଗୋଟେ ସମୟ ଥିଲା ସାରାଙ୍କ ଓଜନ୍ ୯୬ କେଜି ଥିଲା । ତେବେ ଅଭିନୟ ପ୍ରତି ରୁଚି ଥିବାରୁ ସେ ନିଜ ଓଜନ କମାଇଥିଲେ । ଆଉ ଭାରତ ଆସି ସେ ନିଜ ମାଆ ଅମୃତା ସିଂଙ୍କୁ ସରପ୍ରାଇଜ୍ କରିଥିଲେ । ଏମିିତିକି ସାରାଙ୍କୁ ଏୟାର୍ପୋର୍ଟରେ ଅମୃତା ଚିହ୍ନି ପାରି ନଥିଲେ ।
  • ସାରାଙ୍କ ପେରେଂଟ୍ସ ସୈଫ୍ ଅଲ୍ଲି ଖାନ୍ ଓ ଅମୃତା ସିଂଙ୍କ ବିବାହ ବିଚ୍ଛେଦ ୨୦୦୪ ମସିହାରେ ହୋଇ ଯାଇଥିଲା । ସୈଫ୍ ଓ ଅମୃତା ବିଚ୍ଛେଦ ପରେ କେବେ ବି ଏକାଠି ନଜର ଆସି ନହାଁନ୍ତି । ମାତ୍ର ପିଲାଙ୍କୁ ଏକାଠି ସପୋର୍ଟ କରିଛନ୍ତି ।
  • ସାରା ଓ କରୀନାଙ୍କ ମଧ୍ୟରେ ସମ୍ପର୍କବି ବେଶ ଘନିଷ୍ଠ । ସାରାଙ୍କ କହିବା କଥା, ଏହା ଖୁସିର କଥା ମୋ ବାପାଙ୍କୁ କରିନାଙ୍କ ଭଳି ଜୀବନସାଥି ମିଳିଛି । ମୋ ବାପାଙ୍କ ପରିବାର, ମୋ ପରିବାର । ଗୋଟିଏ ଦୁଃଖୀ ଓ ଅସାନ୍ତ ପରିବାର ରହିବା ଅପେକ୍ଷା ୨ଟି ଖୁସି ପରିବାର ହେବା ମୋ ପାଇଁ ସୌଭାଗ୍ୟର ବିଷୟ ।
  • ସାରା, ଭେଟରାନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଜ ଇନସ୍ପିରେସନ୍ ମାନନ୍ତି । ଅଭିନୟରେ ପ୍ରବେଶ କରିବା ପୂର୍ବରୁ କଂଟ୍ରୋଭର୍ସିରେ ଫସିଛନ୍ତି ସାରା । କେଦାରନାଥ ସୁଟିଂ ସମୟରେ କିଛି କାରଣରୁ ଏହାର ସୁଟିଂ ବନ୍ଦ ରହିଥିଲା । ଏହି ସମୟରେ ସାରା ରୋହିତ୍ ସେଟ୍ଟିଙ୍କ ସିମ୍ବା ସାଇନ୍ କରିଥିଲେ । ଯାହାକୁ ନେଇ କେଦରନାଥ ନିର୍ଦ୍ଦେଶକ ଅଭିଷେକ କପୁର୍ ସାରାଙ୍କ ବିରୋଧରେ କେସ୍ ଫାଇଲ୍ କରିଥିଲେ । ମାତ୍ର ତାହା କୋର୍ଟ ବାହାରେ ହିଁ ସମାଧାନ ହୋଇ ଯାଇଥିଲା । ତେବେ ଏହାପରେ ସାରାଙ୍କୁ ଢେର୍ ପରିଶ୍ରମ କରିବାକୁ ପଡିଥିଲା । ଗୋଟିଏ ସମୟରେ ୨, ୨ଟି ସିନେମାର ସୁଟିଂ କରିବାକୁ ପଡୁଥିଲା ତାଙ୍କୁ ।
  • ନେପୋଟିଜିମକୁ ନେଇ ଅନ୍ୟ ଷ୍ଟାର୍ କିଡଙ୍କ ତୁଳନାରେ କିଛି ଭିନ୍ନ କଥା କୁହନ୍ତି ସାରା । ସାରା କୁହନ୍ତି, ତାଙ୍କ ପରିବାର ପାଇଁ ସିନେମାରେ ପ୍ରବେଶ କରିବା ତାଙ୍କ ପାଇଁ ସହଜ ଥିଲା ସତ । ମାତ୍ର ଏଥିପାଇଁ ତାଙ୍କ ପିତା ମାତାଙ୍କୁ ସେଭଳି ପରିଶ୍ରମ କରିବାକୁ ପଡିଥିବାରୁ ଆଜି ତାର ଲାଭ ସାରାଙ୍କୁ ମିଳିଛି ।

ନିଜ ଅପିଲିଂ ପର୍ସନାଲିଟି, ସିମ୍ପଲ୍ ବ୍ୟବହାର, ଆଉ ଇଣ୍ଡିଆନ୍ ବେଶବୁସାକୁ ନେଇ ଏବେ ସାରା ହୋଇଛନ୍ତି ବି-ଟାଉନ୍ର ଗଲ ନେକ୍ସଷ୍ଟ ଡୋର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More