Only for Entertainment

ରିଲିଜ ହେଲା କରଣ ବୀର ବୋହରାଙ୍କ ଡେବ୍ୟୁ ଫିଲ୍ମ ‘ହମେ ତୁମସେ ପ୍ୟାର୍ କିତନା’ର ଟ୍ରେଲର

Latestly
35

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ମୁଭି ‘ହମେ ତୁମସେ ପ୍ୟାର୍ କିତନା’ର ପ୍ରଥମ ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ମୁଭି ‘ହମେ ତୁମସେ ପ୍ୟାର୍ କିତନା’ର ପ୍ରଥମ ଟ୍ରେଲର୍ । ଏହି ସିନେମା ଜରିଆରେ ବଲିଉଡ୍ ଏଂଟ୍ରି କରିବାକୁ ଯାଉଛନ୍ତି ଛୋଟ ପରଦାର ପପୁଲାର୍ ଷ୍ଟାର୍ କରଣ ବୀର ବୋହରା । ତେବେ ତାଙ୍କ ପ୍ରଥମ ସିନେମାରେ ଜଣେ ୱାନ୍ ସାଇଡେଡ୍ ସାଇକୋ ଲଭର୍ ଭୂମିକାରେ ନଜର ଆସିବେ କରଣ । ସିନେମାରେ ତାଙ୍କୁ ଧ୍ରୁବ୍ ଚରିତ୍ରରେ ଦେଖିବାକୁ ମିଳିବ । ଆଉ ସେ ଅନନ୍ୟା ନାମକ ଜଣେ ଫେମସ୍ ଲେଖିକାଙ୍କ ପ୍ରେମରେ ପଡିଯାଏ । ମାତ୍ର ଅନନ୍ୟା ଆଉ ଜଣଙ୍କୁ ପ୍ରେମ କରେ । ଯାହା ଫଳରେ ଧ୍ରୁବଙ୍କ ଏକ ତରଫା ପ୍ରେମ ତାଙ୍କୁ ଭୁଲ୍ କାମ କରିବାକୁ ବାଧ୍ୟ କରେ ।

ସିନେମାରେ ଅନନ୍ୟା ଚରିତ୍ରରେ ପ୍ରିୟା ବାନାର୍ଜୀ ଏବଂ ଅନ୍ୟ ଏକ ନାୟକ ଭୂମିକାରେ ସମୀର୍ କୋଚର୍ଙ୍କୁ ଦେଖିବାକୁ ମିଳିବ । ମହେନ୍ଦ୍ର୍ ବୋହରା ଓ ବେଲଭି ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଲଲିତ୍ ମୋହନ । ମୁକ୍ତିଲାଭ କରିଥିବା ୨ ମିନିଟର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ପାଗଳାମି, ଭଲପାଇବା ଆଉ ପ୍ରତାରଣା । ଏହାଛଡା ଆକର୍ଷଣୀୟ ଗୀତକୁ ମଧ୍ୟ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ୨୮ ଜୁନରେ ପରଦାକୁ ଆସିବ ଚଳଚ୍ଚିତ୍ର ହମେ ତୁମସେ ପ୍ୟାର୍ କିତନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More