Only for Entertainment

ମଝି ରାସ୍ତାରେ ମାଡ଼ ଖାଇଲେ ଦୀପକ କଲାଲ । ଭିଡ଼ିଓ ଭାଇରାଲ ।

Daily Times
57

ସୋସିଆଲ ମିଡିଆରେ ନିଜ ଭିଡ଼ିଓ ପାଇଁ ଚର୍ଚ୍ଚାରେ ରହୁଥିବା ଦୀପକ କଲାଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ସେ ରାକ୍ଷୀ ସାୱନ୍ତଙ୍କ ସହିତ ବିବାହର ଉଡ଼ା ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ଦୀପକଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସେ ଡରି ଯାଇଥିବା ନଜର ଆସିଛନ୍ତି । ତାଙ୍କୁ କିଛି ଅନ୍ୟ ଲୋକ ମାରୁଥିବାର ଭିଡ଼ିଓରେ ନଜର ଆସିଛି । ଯେଉଁଥିରେ ଦୀପକ କହୁଛନ୍ତିଯେ ସେ ପୁନର୍ବାର ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡ଼ିଓ ପୋଷ୍ଟ କରିବେ ନାହିଁ । ଭିଡ଼ିଓଟି ଯଦିଓ ଦିଲ୍ଲୀର ବୋଲି କୁହାଯାଉଛି ତଥାପି ଭିଡ଼ିଓରେ ଦୀପକ ଗୁଡ଼ଗାଓଁର ବୋଲି କହୁଥିବା ନଜର ଆସିଛି ।

 

ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି । କିନ୍ତୁ ଏହି ଭିଡ଼ିଓ କେବେ ହୋଇଥିଲା ତାହା କହି ହେଉ ନାହିଁ । ତେଣୁ ଏହି ଭିଡ଼ିଓକୁ ୟୁଟ୍ୟୁବରେ ଏଜ ରେଷ୍ଟ୍ରିକ୍ଟେଡ କରାଯାଇଛି ।

 

 

ତେବେ ସର୍ବ ସାଧାରଣରେ ଦୀପକ ମାଡ଼ ଖାଇଥିବା ଭିଡ଼ିଓକୁ ପ୍ରତିବନ୍ଧକ ଲଗାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More