Only for Entertainment

ପାପାଙ୍କ ସହିତ ଏହି ରିୟଲିଟି ଶୋ’ରେ ନଜର ଆସିବେ ଦୀପକ ଠାକୁର !

India Today
18

ରିୟଲିଟି ଶୋ’ ବିଗ ବସ-୧୨ରେ ସେକେଣ୍ଡ ରନର୍ସଅପ ହୋଇଥିବା ଦୀପକ ଠାକୁର ପୁଣିଥରେ ଟିଭିକୁ ଫେରୁଛନ୍ତି । ଦୀପକ ଖୁବ ଶୀଘ୍ର ନିଜ ପିତାଙ୍କ ସହିତ କଲର୍ସର ରିୟଲିଟି ଶୋ’ କିଚେନ ଚାମ୍ପିଅନରେ ନଜର ଆସିବେ । ଏହି ଶୋ’ର କିଛି ଫଟୋ ଦୀପକ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଶୋ’ରେ ଦୀପକ ରାଇଜିଂ ଷ୍ଟାର ସିଜିନ-୨ର ବିଜେତା ହେମନ୍ତ ବୃଜବାସୀ ଏବଂ ରୋହନ ପ୍ରିତ ସିଂଙ୍କ ସହିତ ଟକ୍କର ଦେବେ । ଦୀପକ ସେୟାର କରିଥିବା ଫଟୋରେ ସମସ୍ତେ ଖୁବ ସମ୍ତି ମୁଡରେ ନଜର ଆସିଛନ୍ତି । ଏହା ସହିତ ଫଟୋ ସେୟାର କରି ଦୀପକ ଲେଖିଛନ୍ତି, ପୁଣିଥରେ କଲର୍ସ ସେହି ମୂହୁର୍ତ୍ତକୁ ଦୋହରାଇଛନ୍ତି । ପାପାଙ୍କୁ ସେ ପୁଣିଥରେ କଲର୍ସର ଶୋ’କୁ ଡକାଇଛନ୍ତି । କିନ୍ତୁ ଏଥର ସିନ କିଛି ଅଲଗା ରହିଛି । ଅର୍ଜୁନ ଭାଇଙ୍କ ଶୋ’ରେ । ଏହା ସେ କଲର୍ସ ଟିଭି କୁ ଧନ୍ୟବାଦ ଜଣାଇଛନ୍ତି ।

 

 

View this post on Instagram

 

Puraa dhuwaadhar Paari khele hain @arjunbijlani bhaiya k show #Kitchenchampion me Hm aur pitaa ji boleto 200 k strike rate se ♥️

A post shared by Deepak Thakur (@ideepakthakur) on

ଆପଣଙ୍କୁ କହିରଖୁଛୁ ଯେ, ଦୀପକ ଖୁବ ଶୀଘ୍ର ସୋମୀ ଖାନଙ୍କ ସହିତ ଏକ ମ୍ୟୁଜିକ ଭିଡିଓରେ ନଜର ଆସିବେ । ଏହା ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ସିଙ୍ଗର ରୀନା ମେହତାଙ୍କ ପ୍ରୋଜେକ୍ଟ । ଏହି ଆଲବମର ନାଁ ରଖା ଯାଇଛି ‘କେଶରିଆ ବାଲମ’ । ଏହା ବ୍ୟତିତ ସୋମୀ ଏବଂ ଦୀପକ ଡ୍ୟାନ୍ସ ରିଅଲିଟି ଶୋ’ ‘ନଚ ବଲିୟେ ସିଜିନ ୯’ରେ ନଜର ଆସିପାରନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More