Only for Entertainment

ଏକ ଲିଡିଂ ମାଗାଜିନରେ ଏକା ସାଙ୍ଗରେ ନଜର ଆସିଲେ ଦୀପିକା ପାଦୁକୋନ ଏବଂ ଏସିଡ ଆଟାକ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ

33

ଦୀପିକା ପାଦୁକୋନଙ୍କ ଯାଦୁ ଉଭୟ ଅଫ ସ୍କ୍ରିନ ଏବଂ ଅନ ସ୍କ୍ରିନରେ ଅମୂଲ୍ୟ । ଫେମିନା ଇଣ୍ଡିଆ ମାଗାଜିନର ଡିଜିଟାଲ କଭରରେ ଦୀପିକା ପାଦୁକୋନ୍ ଏବଂ ଏସିଡ ଆଟାକ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ ଏକା ସାଙ୍ଗରେ ନଜର ଆସିଛନ୍ତି । ଯେଉଁଥିରେ ଏକ ଅଦେଖା ଏବଂ ଅବିଶ୍ୱସନୀୟ ଯୋଡ଼ି ରୂପରେ ସୌନ୍ଦର୍ଯ୍ୟକୁ ପୁଣିଥରେ ପରିଭାଷିତ କରାଯାଇଛି ।ଦୀପିକା ପାଦୁକୋନ ତାଙ୍କ ସୋସିଆଲ ମିଡିଆ ଆକଉଂଟରେ ଏହି ଭିଡ଼ିଓକୁ ଶେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, “Truly unstoppable!💋 Presenting the January Cover of Femina!

ଏଭଳି ଏକ ନିଆରା ଫଟୋସୁଟ ନିହାତି ଭାବରେ ବଲିଉଡ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଛି । ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ମନମୋହକ ମଧ୍ୟ ହୋଇଛି । ଏହି କଭର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପ୍ରତ୍ୟେକ ନଜରରେ ଗୋଟିଏ ଭାବନା ସୃଷ୍ଟି କରୁଛି । ତେବେ ଗୋଟିଏ କଭରରେ ‘ଛପାକ’ର ରିଲ ଏବଂ ରିଅଲ ଲାଇଫର ଚେହେରାକୁ ଦେଖିବା ଦର୍ଶକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More