Only for Entertainment

ବିବାହ ପରେ ବିରୁଷ୍କାଙ୍କ ପଡୋଶୀ ହୋଇପାରନ୍ତି ଦୀପିକା-ରଣବୀର, ଜାଣନ୍ତୁ କ’ଣ ରହିଛି ପ୍ଲାନିଂ

DNA India
0 37

ବଲିଉଡର ସବୁଠାରୁ ପପୁଲାର ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁସାରେ ଦୁହେଁ ଚଳିତ ବର୍ଷ ଶେଷରେ ବିବାହ କରିପାରନ୍ତି । କିନ୍ତୁ ବିବାହ ଖବର ମଧ୍ୟରେ ଦୁହିଁଙ୍କ ନୂଆ ଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶୁଣିବାକୁ ମିଳିଛି ଯେ ଦୀପିକା ଏବଂ ରଣବୀର ଖୁବ ଶୀଘ୍ର ବିରାଟ ଏବଂ ଅନୁଷ୍କାଙ୍କ ପଡୋଶୀ ହୋଇପାରନ୍ତି ।

deepveer

ଖବର ଅନୁସାରେ ରଣବୀର ଏବଂ ଦୀପିକା ଏବେ ନୂଆ ଘର ଖୋଜୁଛନ୍ତି । କୁହାଯାଉଛି ଯେ ନିକଟରେ ଦୁହେଁ ବର୍ଲୀ ସ୍ଥିତ ଓମକାର ୧୯୭୩ରେ ପହଁଚିଥିଲେ । ବିରାଟ-ଅନୁଷ୍କା ମଧ୍ୟ ଏହି ସୋସାଇଟିରେ ରୁହନ୍ତି ।

After--Virushka---Is-It-Time-For--DeepVeer--1515070148-1466

ରଣବୀର ସିଂ ଘର ଦେଖିବା ପାଇଁ ନିଜ ପରିବାର ସହିତ ବାର୍ଲୀର ଏହି ସୋସାଇଟିକୁ ଯାଇଥିଲେ । ସମସ୍ତଙ୍କୁ ଏହା ପସନ୍ଦ ମଧ୍ୟ ଆସିଛି । ଯଦି ଏହି ଡିଲ ଫାଇନାଲ ହୁଏ ତେବେ ଦୁହେଁ ଏହି ଘରକୁ କିଣିପାରନ୍ତି । କହିରଖୁଛୁ ଯେ ରଣବୀର ନିଜର ଆଗାମୀ ପ୍ରୋଜେକ୍ଟ ‘ଗଲି ବୟ’ ‘ସିମ୍ବା’ରେ ଖୁବ ଶୀଘ୍ର ପରଦାରେ ନଦର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More