‘ଟାଇମ’ର ୧୦୦ ପ୍ରଭାବଶାଳୀ ଲିଷ୍ଟରେ ସାମିଲ ହେଲେ ଦୀପିକା ଏବଂ ବିରାଟ, ଟ୍ୱିଟ କରି ପ୍ରିୟଙ୍କା ଦେଲେ ଶୁଭେଚ୍ଛା
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ଟାଇମର ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକାରେ ସାମିଲ ହୋଇଛି । ଦୀପିକାଙ୍କ ବ୍ୟତିତ ଭାରତର କ୍ୟାବ କମ୍ପାନୀ ଓଲାର କୋ- ଫାଉଣ୍ଡର ଭାବେଶ ଅଗ୍ରୱାଲ, ଭାରତାୟ ଟିମର କ୍ୟାପଟେନ ବିରାଟ କୋହଲି ଏବଂ ମାଇକ୍ରୋସଫଟ ସିଇଓ ସତ୍ୟ ନଡେଲାଙ୍କ ନାମ ମଧ୍ୟ ସାମିଲ ରହିଛି ।
ଦୀପିକାଙ୍କ ନାମ ଏହି ତାଲିକାରେ ସାମିଲ ହେବାପରେ ହଲିଉଡ ଫିଲ୍ମ ‘ଟ୍ରିପଲ ଏକ୍ସ: ରିଟର୍ନ ଅଫ ଅକ୍ସେଣ୍ଡର କେଜ’ର ଅଭିନେତା ଓି୍ୱନ ଡିଜଲ କହିଛନ୍ତି, ‘ଦୀପିକା କେବଳ ଭାରତର ନୁହେଁ ବରଂ ପୁରା ଦୁନିଆର ପ୍ରତିନିଧିତ୍ୱ କରୁଛନ୍ତି ।’ ଦୀପିକା ଏହି ତାଲିକାରେ ସାମିଲ ହେବାପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି ।
ସେହିପରି ଅନ୍ୟପକ୍ଷରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଟୁଇଟ କରି ବିରାଟ ଏବଂ ଦୀପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କହିରଖୁଛୁ ଯେ ଇଣ୍ଡଷ୍ଟ୍ରୀରେ ୧୨ ବର୍ଷ ବିତାଇ ସାରିଥିବା ଦୀପିକା ବଲିଉଡକୁ ଅନେକ ସୁନ୍ଦର ଫିଲ୍ମର ଉପହାର ଦେଇଛନ୍ତି । ତେବେ ଦୀପିକାଙ୍କ ନାମ ଟାଇମ ଲିଷ୍ଟରେ ସାମିଲ ହେବା ଦେଖି ତାଙ୍କ ଫ୍ୟାନ୍ସ ମଧ୍ୟ ଖୁବ ଖୁସି ଅଛନ୍ତି ।