Only for Entertainment

ଦୀପିକାଙ୍କ ନୂଆ ଶୋ ‘କହାଁ ହମ କହାଁ ତୁମ’ର ନୂଆ ପ୍ରମୋ ହେଲା ରିଲିଜ, ସୈଫ ମଧ୍ୟ ଆସିଲେ ନଜର !

20

ବିଗବସ୧୨ର ବିଜେତା ରହିଥିବା ଦୀପିକା କକ୍କଡ କିଛି ଦିନ ହେବ ଚର୍ଚ୍ଚା ସାଉଂଟିଥିଲେ । ଦୀପିକା ଖୁବ ଶୀଘ୍ର କରଣ ଭି ଗ୍ରୋବରଙ୍କ ସହ ସନ୍ଦୀପ ସିକନ୍ଦରଙ୍କ ନୂଆ ଶୋ ‘କହାଁ ହମ କହାଁ ତୁମ’ଙ୍କ ସହ ଟିଭିକୁ ଫେରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଲେଣି । କରଣ ଏବଂ ଦୀପିକା ଖୁବ ଶୀଘ୍ର ଦୁହେଁ ଦୁହିଁଙ୍କ ସହ ରୋମାନ୍ସ କରିବା ନଜର ଆସିବେ । ଏହି ସିରିଅଲର ପ୍ରଥମ ପ୍ରମୋ ଜାରି ହୋଇସାରିଛି । ଏହି ପ୍ରମୋରେ ସୈଫ ଦୀପିକା ଏବଂ କରଣଙ୍କ ଭୂମିକା ବିଷୟରେ କହୁଛନ୍ତି ।

ସୈଫ ପ୍ରମୋରେ କହିଛନ୍ତି ଯେ ‘ମୁ ମୋର ଦୁଇ ବନ୍ଧୁଙ୍କ କାହାଣୀ ଶୁଣାଉଛି । ସୋନାକ୍ଷୀ ଯିଏ କି ଜଣେ ଟିଭି ଅଭିନେତ୍ରୀ ଏବଂ କରଣ ଯିଏ କି ସର୍ଜନ । ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଛନ୍ତି ସିନା କିନ୍ତୁ ସମୟ ଅଭାବରୁ କେହି କାହାକୁ ସମୟ ଦେଇ ପାରୁନାହାନ୍ତି । ତେବେ ଦୁହେଁ କଣ ନିଜ ସମ୍ପର୍କକୁ ବଂଚାଇ ପାରିବେ ?

ଦୀପିକା ଏହି ପ୍ରମୋରେ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ଏକ ନୂଆ ଯାତ୍ରା… ସୋନାକ୍ଷୀଙ୍କ ରୂପରେ ସମସ୍ତଙ୍କ ହୃଦୟରେ ପୁଣି ଥରେ ଜାଗା ବନାଇବା ପାଇଁ ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More