ବକ୍ସ ଅଫିସରେ ଅଜୟ ଦେବଗନଙ୍କୁ ସାମ୍ନା କରିବେ ଦୀପିକା ପାଦୁକୋନ, ‘ତାନାଜୀ’କୁ ଟକ୍କର ଦେବ ‘ଛପାକ’
ବଲିଉଡରେ ପ୍ରତି ମାସରେ ଅନେକ ଫିଲ୍ମ ରିଲିଜ ହୋଇଥାଏ । ଏପରି ସ୍ଥିତିରେ ବକ୍ସ ଅଫିସରେ ଫିଲ୍ମର ଟକ୍କର ହେବା ସ୍ୱଭାବିକ କଥା । ଆଗାମୀ ବର୍ଷର ଆରମ୍ଭରୁ ଦୁଇଟି ବଡ ଫିଲ୍ମର ଟକ୍କର ହେବାକୁ ଯାଉଛି । ସେହି ଦୁଇଟି ଫିଲ୍ମ ହେଉଛି ‘ତାନାଜୀ’ ଏବଂ ‘ଛପାକ’ ।
ନିକଟରେ ଅଜୟ ଦେବଗନ ନିଜର ଆଗାମୀ ପିୟଡିକ ଡ୍ରାମ୍ା ଫିଲ୍ମ ତାନାଜୀର ନୂଆ ରିଲିଜ ଡେଟ ବିଷୟରେ ଘୋଷଣା କରିଥିଲେ । ପୂର୍ବରୁ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବା ବୋଲି ସ୍ଥିର କରାଯାଇଥିଲା କିନ୍ତୁ ଏବେ ଏହାର ରିଲିଜ ଡେଟରେ ପରିବତ୍ତ ର୍ନ କରାଯାଇ ୧୦ ଜାନୁଆରୀ ୨୦୨୦ ରଖାଯାଇଛି ।
Start the 2020 new year with me, as Tanhaji releases on Jan 10.
— Ajay Devgn (@ajaydevgn) March 24, 2019
ସେହିପରି ଆଜି ଦୀପିକାଙ୍କ ନୂଆ ଫିଲ୍ମ ‘ଛପାକ’ ର ପ୍ରଥମ ଲୁକ ରଭିଲ ହେବା ସହିତ ରିଲିଜ ଡେଟର ମଧ୍ୟ ଘୋଷଣା କରାଯାଇଛି । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମ ମଧ୍ୟ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ।
ତେବେ ଏହା କରିବା ଭୁଲ ହେବ ନାହିଁ ଯେ, ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’କୁ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ କଡା ଟକ୍କର ଦେବ । ଦେଖିବାକୁ ଗଲେ ଅଜୟଙ୍କ ପରି ଦୀପିକାଙ୍କ ଲୋକପ୍ରିୟତା ମଧ୍ୟ ଖୁବ ଅଧିକ । ଦୀପିକାଙ୍କ ପୂର୍ବ ଫିଲ୍ମ ଗୁଡିକ ଉପରେ ନଜର ପକାଇଲେ ତାଙ୍କର ପୂର୍ବ ଫିଲ୍ମ ଗୁଡିକ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି । ତେବେ ଦେଖାଯାଉ ଦୁଇଟି ଫିଲ୍ମ ମଧ୍ୟରି ଦର୍ଶକ କାହାକୁ ବେଶୀ ପସନ୍ଦ କରୁଛନ୍ତି ।