Only for Entertainment

ସେ ମୋତେ ଥରେ ଫୋନ ତ କରିଥାଆନ୍ତେ… ଯେତେବେଳେ ଦୀପିକା ପାଦୁକୋଣ କହିଲେ ଧୋକାବାଜ,ରଣବୀର ଦେଲେ ଏଭଳି ପ୍ରତିକ୍ରିୟା !

63

ରଣବୀର କପୂର ଏବଂ ଦୀପିକା ପାଦୁକୋଣଙ୍କ ଯୋଡି ସ୍କ୍ରିନରେ ସମସ୍ତେ ପସନ୍ଦ କରନ୍ତି । ଦୁହେଁ ରିଲେସନସିପରେ ମଧ୍ୟ ରହିସାରିଛନ୍ତି ଏବଂ ଏହି ସମ୍ପର୍କକୁ ନେଇ ବାହାରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ପରେ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା ଏବଂ ସେ ରଣବୀର ସିଂଙ୍କୁ ବିବାହ କରିଥିଲେ । ମାତ୍ର ଏବେ ଦୁହେଁ ଭଲ ବନ୍ଧୁ ହୋଇ ଅଛନ୍ତି ଏବଂ ଦୁହେଁ ଦୁହିଁଙ୍କ ସହ ଖୁବ କମ୍ଫର୍ଟେବଲ ମଧ୍ୟ ଅନୁଭବ କରୁଛନ୍ତି ।

ଅସଲରେ ରଣବୀର ଦୀପିକାଙ୍କୁ ଚିଟ କରିଥିଲେ ବୋଲି ଦୀପିକା ପବ୍ଲିକାଲି କହିଥିଲେ । ଏହି ବିଷୟରେ ଏକ ସାକ୍ଷାତକାରରେ ରଣବୀର କହିଥିଲେ ଯେ ଦୀପିକା ତାଙ୍କ ଉପରେ ଖୁବ ରାଗିଥିଲେ । ସେ ତାଙ୍କୁ ଥରେ ଫୋନ ମଧ୍ୟ କରିନଥିଲେ । ସେତେବେଳେ ଭଲ ହୋଇଥାଆନ୍ତେ  ।  ଯଦି ଦୀପିକା ଫୋନ ଉଠାଈ ଥାଆନ୍ତେ , ମାତ୍ର ଦୀପିକା ଫୋନ ଉଠାଇ ନଥିଲେ ଏବଂ ତାଙ୍କ ସହ କଥା ହୋଇନଥିଲେ ବୋଲି ରଣବୀର କହିଥିଲେ । \

ଏଠାରେ କହି ରଖୁୁଛୁ ଯେ ଦୀପିକା ରେଡିଫ ସହ କଥାବାର୍ତ୍ତାରେ କହିଥିଲେ ଯେ ସେ ରାଗିଥିଲେ । କିନ୍ତୁ ସେ ସମୟରେ ଯେ କେହି ମହିଳା ଥିଲେ ରାଗିଥାଆନ୍ତା । ଦୁହିଁଙ୍କ ବିଷୟରେ ଅନେକ କିଛି ଲେଖା ଯାଉଥିଲା ଏବଂ ଦୁହିଁଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା । ସେ ରଣବୀରଙ୍କ ସହ କ୍ୟାଟରୀନାଙ୍କୁ ଖୁବ ନିକଟତର ହେବା ଆଖିରେ ଦେଖିଥିଲେ ବୋଲି ପବ୍ଲିକରେ କହିଥିଲେ । ରଣବୀର ତାଙ୍କୁ ଧୋକା ଦେଇଥିବାରୁ ସେ ଏଭଳି ପଦକ୍ଷେପ ନେଇ ଥିଲେ ବୋଲି କହିଥିଲେ ଦୀପିକା ।

ଦୀପିକା ଏହି ପଦକ୍ଷେପକୁ ନେଇ ଖୁବ ଖୁସି ଥିବା କହିଛନ୍ତି ଏବଂ ଦୁହେଁ ଏବେ ଭଲ ବନ୍ଧୁ ଅଟନ୍ତି । ନିଜ ନିଜ ବ୍ୟକ୍ତିଗତ ଜୀବନରେ ଖୁବ ଖୁସି ବୋଲି କହିଛନ୍ତି ଦୀପିକା । ଏହାପରେ ସେ ରଣବୀର ସିଂଙ୍କୁ ବିବାହ କରିଥିଲେ । ଦୁହେଁ ଖୁବ ଖୁସି ଅଛନ୍ତି ଏବଂ ନିଜ ସଫଳତାକୁ ସେଲିବ୍ରେଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More