Only for Entertainment

ଗ୍ରାଣ୍ଡ ପାର୍ଟି ନୁହେଁ, ଏହିଭଳି ପ୍ରଥମ ବିବାହ ବାର୍ଷିକକୁ ସେଲିବ୍ରେଟ କରିବେ ଦୀପବୀର

google
17

ଗତ ବର୍ଷ ୧୪ ନଭେମ୍ବରରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ ଇଟାଲୀରେ ଗ୍ରାଣ୍ଡ ଭାବେ ବିବାହ କରିଥିଲେ । ଏବେ ଦୁହିଁଙ୍କ ବିବାହକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ତେବେ ଦୀପିକା-ରଣବୀର ନିଜର ପ୍ରଥମ ୱେଡିଂ ଆନିଭର୍ସରୀକୁ କିପରି ସେଲିବ୍ରେଟ କରିବେ ତାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।

ରିପୋର୍ଟ ଅନୁସାରେ ରଣବୀର -ଦୀପିକା ତିରୁପତି ବାଲାଜୀ ଯିବାର ପୋଗ୍ରାମ ରହିଛି । ସେଠାରେ ସେ ବାଲାଜୀ ମନ୍ଦିର ଦର୍ଶନ କରିବେ । ଦୀପବୀରଙ୍କ ସହିତ ତାଙ୍କ ଫ୍ୟାମିଲି ମେମ୍ବର ମଧ୍ୟ ସାଥିରେ ଯିବାର ପୋଗ୍ରାମ ରହିଛି । ବାଲାଜୀ ମନ୍ଦିର ଦର୍ଶନ ପରେ କପଲ ପଦ୍ମାବତୀ ମନ୍ଦିର ଯିବେ । ଏହି ମନ୍ଦିର ତିରୁପତି ମନ୍ଦିର ପାଖରେ ଅବସ୍ଥିତ । ଏହା ପରେ ଦୁହେଁ ଅମୃତସର ଗୋଲଡେନ ଟେମ୍ପୁଲ ଯିବେ । ଦର୍ଶନ ସାରି ଦୁହେଁ ୧୫ ନଭେମ୍ବର ମୁମ୍ବାଇ ଫେରିବେ ।

କହିରଖୁଛୁ ଯେ, ଦୀପିକା ପାଦୁକୋନ ଏବଂ ରଣବୀର ସିଂ ବଲିଉଡର ସବୁଠାରୁ ପପୁଲାର କପଲ ମଧ୍ୟରେ ଏକ । ଦୁହିଁଙ୍କ ଅନସ୍କ୍ରିନ ଏବଂ ଅଫସ୍କ୍ରିନ କେମେଷ୍ଟ୍ରୀ ଲୋକଙ୍କୁ ଖୁବ ପସନ୍ଦ କରିଥାନ୍ତି । ଦୁହିଁଙ୍କ ସମ୍ପର୍କର ଆରମ୍ଭ ଫିଲ୍ମ ଗୋଲିୟୋଁ କି ରାସଲୀଲା : ରାମଲୀଲାରୁ ଆରମ୍ଭ ହୋଇଥିଲା । ୬ ବର୍ଷ ଦୁହିଁଙ୍କୁୂ ଡେଟ କରିବା ପରେ ପରସ୍ପରକୁ ବିବାହ କରିଥିଲେ । କପଲ ୨୦୧୮ରେ ଇଟାଲୀର ଲେକ କୋମୋ ରେ ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକା ବିବାହ ପରେ ଛପାକରେ ନଜର ଆସିବେ । ଫିଲ୍ମ ଜାନୁଆରୀ ୨୦୨୦ ରେ ରିଲିଜ ହେବ । ସେହିପରି ରଣବୀର ୮୩ରେ ନଜର ଆସିବେ । ଏହାକୁ କବୀର ଖାନ ନିର୍ଦ୍ଦେଶନା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More