Only for Entertainment

‘ଛପାକ’ର ସୁଟିଂ ସେଟରୁ ଲିକ ହେଲା ଆଉ ଏକ ଭିଡିଓ, ସାଲୱାର ସୁଟରେ କିଛି ଏଭଳି ଅନ୍ଦାଜରେ ନଜର ଆସିଲେ ଦୀପିକା ପାଦୁକୋନ

short from viralbhayani insta video
31

ଅଭିନେତ୍ରୀ ଦୀପିକା ପାଦୁକୋନ କିଛି ଦିନରୁ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ଏବେ ଦିଲ୍ଲୀରେ ଚାଲିଛି । ଯେବେଠାରୁ ଦୀପିକା ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ସେବେଠାରୁ ସୋସିଆଲ ମିଡିଆରେ ସୁଟିଂ ସମୟର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଇତି ମଧ୍ୟରେ ଫିଲ୍ମ ସହ ଜଡିତ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

#deepikapadukone and #vikrantmassey captured by one of my followers in the capital @viralbhayani

A post shared by Viral Bhayani (@viralbhayani) on

ଭାଇରାଲ ହେଉଥିବା ଏହି ଭିଡିଓରେ ଦୀପିକା ପାଦୁକୋନ ରିକ୍ସାରୁ ଓହ୍ଲାଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଦୀପିକାଙ୍କ ସହିତ ବିକ୍ରାନ ମେସୀ ମଧ୍ୟ ନଜର ଆସିଛନ୍ତି । ଲିକ ହୋଇଥିବା ଏହି ଭିଡିଓରେ ଦୀପିକାଙ୍କୁ ଲଲା ରଙ୍ଗର ସାଲୱାରରେ ଦେଖିବାକୁ ମିଳିଛି । ସେହିପରି ବିକ୍ରାନ୍ତଙ୍କୁ ଗ୍ରେ ରଙ୍ଗର ସାର୍ଟରେ ଦେଖିବାକୁ ମିଳିଥିଲା ।

କହିରଖୁଛୁ ଯେ , ଫିଲ୍ମ ‘ଛପାକ’ରେ ଦୀପିକା ଏସିଡ ସରଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମେଘନା ଗୁଲଜାର । ଫିଲ୍ମ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More