Only for Entertainment

ଶାହରୁଖ ଖାନଙ୍କୁ ପଛରେ ପକାଇ ଦୀପିକା ହେଲେ ଆଇଏମଡିବିର ଟପ ଭାରତୀୟ ଷ୍ଟାର ୨୦୧୮

Hindustan Times
24

୨୦୧୮ ବର୍ଷ ଦୀପିକାଙ୍କ ପାଇଁ ସ୍ୱତନ୍ତ୍ର ରହିଛି । ବର୍ଷର ପ୍ରାରମ୍ଭରେ ପଦ୍ମାବତରେ ନିଜ ଭୂମିକା ପାଇଁ ସମସ୍ତଙ୍କର ପ୍ରଶଂସା ପାଇଥିବା ଦୀପିକା ଗତମାସରେ ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଗତ ସପ୍ତାହରେ ଏକ ଫିଲ୍ମ ପୁରସ୍କାର ସମାରୋହରେ ସ୍ୱାମୀ ରଣବୀରଙ୍କୁ ଶ୍ରେଷ୍ଠ କଳାକାରର ସମ୍ମାନ ମିଳିଥିଲା । ଆଉ ଏବେ ଦୀପିକା ଆଇଏମ୍‍ଡିବି ତାଲିକାରେ ବଲିଉଡ୍‍ର ସବୁ ଷ୍ଟାର୍‍ଙ୍କୁ ପଛରେ ପକାଇ ୧ନମ୍ବର ସ୍ଥାନରେ ପହଞ୍ଚଛନ୍ତି ।

ବିଶ୍ୱସ୍ତରୀୟ ଫିଲ୍ମ ୱେବ୍‍ସାଇଟ୍‍ ଆଇଏମ୍‍ଡିବିର ସଦ୍ୟତମ ରିପୋର୍ଟ ଅନୁସାରେ ୨୦୧୮ରେ ଗୋଟିଏ ମାତ୍ର ଫିଲ୍ମ ପଦ୍ମାବତ୍‍ କରିଥିଲେ ମଧ୍ୟ ଦୀପିକା ବଲିଉଡ୍‍ ସୁପର୍‍ଷ୍ଟାର୍‍ ଶାହାରୁଖ୍‍ଙ୍କୁ ପଛରେ ପକାଇ ଟପ୍‍ ର‌୍ୟାଙ୍କରେ ରହିଛନ୍ତି । ପ୍ରୋ-ଷ୍ଟାର୍‍ ମିଟର୍‍ ର‌୍ୟାଙ୍କିଂର ପ୍ରୟୋଗ କରି ଆଇଏମ୍‍ଡିବି ଏହି ପ୍ଲାଟ୍‍ଫର୍ମରେ ବଲିଉଡ୍‍ର ଶ୍ରେଷ୍ଠ ତାରକାଙ୍କ ତାଲିକା ପ୍ରକାଶ କରିଛନ୍ତି ।

ଦୀପିକାଙ୍କ ପଛରେ ଶାହାରୁଖ୍‍ ରହିଥିଲା ବେଳେ ତାଙ୍କ ପରେ ଅଛନ୍ତି ଅମୀର୍‍, ଐଶ୍ୱର୍ଯ୍ୟା, ସଲ୍‍ମନ୍‍, କ୍ୟାଟ୍ରିନା ପ୍ରମୁଖ । ଦଶମ ସ୍ଥାନରେ ଅଛନ୍ତି ଅକ୍ଷୟ । ସେହିପରି ଆଇଏମ୍‍ଡିବିର ୨୦୧୮ ଟପ୍‍ ଭାରତୀୟ ଫିଲ୍ମ ତାଲିକାରେ ଅନ୍ଧାଧୂନ୍‍ ପ୍ରଥମ ସ୍ଥାନରେ ଏବଂ ପ୍ୟାଡ୍‍ମ୍ୟାନ୍‍ ଷଷ୍ଠ ସ୍ଥାନରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More