Only for Entertainment

ଦୀପିକା ପାଦୁକୋନଙ୍କ ଘୋଷଣା ରଣବୀର ସିଂ କେବଳ ତାଙ୍କର, ଦେଖନ୍ତୁ ପ୍ରମାଣ

You tube
0 52

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର କପୁରଙ୍କ ବିବାହ କିଛି ଦିନରୁ ଚର୍ଚ୍ଚାରେ ରହିଛି । କିନ୍ତୁ ଦୁହେଁ ଏହି ବିଷୟରେ କିଛି ଘୋଷଣା କରିନାହାଁନ୍ତି । ଦୁହେଁ ନିଜର ସମ୍ପର୍କକୁ ନେଇ କିଛି କହିନାହାଁନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ଦୁହିଁଙ୍କ ଭଲପାଇବା କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ଦୁହେଁ ପରସ୍ପରର ଫଟୋକୁ ଲାଇକ ଏବଂ କମେଣ୍ଟ କରିବାକୁ ଭୁଲନ୍ତି ନାହିଁ ।

?

A post shared by Ranveer Singh (@ranveersingh) on

ନିକଟରେ ରଣବୀର ସିଂ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦୀପିକା ଏପରି କିଛି ଲେଖିଦେଇଛନ୍ତି ଯାହା ତାଙ୍କ ରିଲେସନସିପକୁ ଚର୍ଚ୍ଚାରେ ରଖିବା ପାଇଁ ଖୋରାକ ଯୋଗାଇଛି । ଫଟୋରେ ରଣବୀର କ୍ଲିନ ଶେଭରେ ନଜର ଆସିଛନ୍ତି ।

ranveer-singh_

ରଣବୀରଙ୍କ ଏହି ଫଟୋରେ ୧୫ ଲକ୍ଷରୁ ଅଧିକ ଲାଇକ ମିଳିସାରିଥିବା ବେଳେ ଖୁବ କମେଣ୍ଟ ମଧ୍ୟ ଦେଖିବାକୁ ମିଳିବ । କିନ୍ତୁ ସବୁଠାରୁ ଖାସ କମେଣ୍ଟ ଦୀପିକାଙ୍କର ରହିଛି । ସେ ଫଟୋରେ କମେଣ୍ଟ କରି ‘ମାଇନ’ ଲେଖିଥିଲେ । ଏହାର ଅର୍ଥ ରଣବୀର କେବଳ ତାଙ୍କର ।

କହିରଖୁଛୁ ଯେ ରଣବୀର ସିଂ ଏବଂ ଦୀପିକା ଏପର୍ଯ୍ୟନ୍ତ ଅନେକ ହିଟ ଫିଲ୍ମରେ ନଜର ଆସିଛନ୍ତି । ଶେଷ ଥର ପାଇଁ ଦୁହେଁ ଫିଲ୍ମ ‘ପଦ୍ମାବତ’ରେ ନଜର ଆସିଥିଲେ । ଫିଲ୍ମ ୩୦୦ କୋଟି ବ୍ୟବସାୟ କରି ସୁପରହିଟ ରହିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More