Only for Entertainment

ଏସିଡ ଆଟାକ୍ ପୀଡ଼ିତାଙ୍କ ସହିତ ଜନ୍ମଦିନ ପାଳନ କଲେ ଦୀପିକା ପାଦୁକୋନ୍

31

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ୫ ଜାନୁୟାରୀକୁ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଖାସ ଦିନକୁ ସେଲିବ୍ରେଟ କରିବା ପାଇଁ ଦୀପିକା ପତି ରଣବୀରଙ୍କ ସହିତ ଲଖ୍ନୌରେ ପହଂଚିଥିଲେ । ସେଠାରେ ସେ ଶିରୋଜ କ୍ୟାଫେରେ ପହଂଚିଥିଲେ । ସେଠାରେ ଥିବା କର୍ମଚାରୀଙ୍କୁ ସାକ୍ଷାତ କରି ସେମାନଙ୍କ ସହିତ ଫଟୋ ଉଠାଇଲେ । କହିରଖୁଛୁ ଦୀପିକା ଏସିଡ ଆଟାକ ପୀଡ଼ିତାଙ୍କ ସହିତ ନିଜର ଜନ୍ମଦିନ ପାଳନ କଲେ ।

ଏହି ସମୟର କିଛି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଫଟୋରେ ତାଙ୍କ ସହିତ ଅଭିନେତା ବିକ୍ରାନ୍ତ ମେସି ଓ ଲକ୍ଷ୍ମୀ ଅଗ୍ରୱାଲ ମଧ୍ୟ ନଜର ଆସିଛନ୍ତି । କହିରଖୁଛୁ ଶିରୋଜ କ୍ୟାଫେରେ କାମ କରୁଥିବା କର୍ମଚାରୀ ଅନ୍ୟ କେହି ନୁହଁନ୍ତି ବରଂ ଏସିଡ ଆଟାକ୍ ପୀଡ଼ିତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More