Only for Entertainment

ପିତାଙ୍କୁ ସମ୍ନାନୀତ ହେଉଥିବାର ଦେଖି ଭାବୁକ ହେଲେ ଦୀପିକା, ଦେଖନ୍ତୁ ଭିଡିଓ

deepveer.video
40

ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନଙ୍କୁ ଗୁରୁବାର ରାତିରେ Sportstar Aces showରେ ଲାଇଫ ଟାଇମ ଆଚିଭମେଣ୍ଟରେ ସାମ୍ନାନୀତ କରାଯାଇଛି । ଏହି ଆୱାର୍ଡ ଶୋ’ରେ ଦୀପିକା ଏବଂ ରଣବୀର ସିଂ ମଧ୍ୟ ଉପସ୍ଥିତ ଥିଲେ । କହିରଖୁଛୁ ଯେ ପ୍ରକାଶ ପାଦୁକୋନ ଜଣେ ପ୍ରସିଦ୍ଧ ବ୍ୟାଡମିଣ୍ଟନ ପ୍ଲେୟାର । ଏହି ଆୱାର୍ଡ ଶୋ’ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଦୀପିକା ପିତା ପ୍ରକାଶ ପାଦୁକୋନଙ୍କୁ ସମ୍ମାନୀତ କରାଯିବା ସମୟରେ ଭାବୁକ ହୋଇପଡିଛନ୍ତି ।

ଏହି ଇଭେଣ୍ଟରେ ଖେଳ ଜଗତର ଅନେକ ତାରକା ଉପସ୍ଥିତ ଥିଲେ । ପ୍ରକାଶ ପାଦୁକୋନ ଝିଅ ଦୀପିକା ପାଦୁକୋନ, ପତ୍ନୀ ଉଜ୍ଜଳା ପାଦୁକୋନ ଏବଂ ଜ୍ୱାଇଁ ରଣବୀର ସିଂଙ୍କ ସହିତ ପହଁଚିଥିଲେ । ପୂରା ପରିବାର ମିଡିଆ ସାମ୍ନାରେ ପୋଜ ମଧ୍ୟ ଦେଇଥିଲେ । ସମ୍ମାନୀତ ହେବା ପରେ ପ୍ରକାଶ ପାଦୁକୋନ ମିଡିଆକୁ କହିଥିଲେ, ଭାରତରେ ବ୍ୟାଡମିଣ୍ଟନର ବିକାଶରେ ମୋର ଛୋଟ ଭୂମିକା ଥିବାରୁ ମୁଁ ବହୁତ ଖୁସି । ଭାରତୀୟ ଟିମ ଏବେ ଭଲ ପ୍ରଦର୍ଶନ କରୁଛି ଏହା ପାଇଁ ମୁଁ ବହୁତ ଖୁସି ।

 

ଇଭେଣ୍ଟରେ ଦୀପିକା ଏକ ଫ୍ଲୋରାଲ ବ୍ୟାକଲେସ ଗାଉନରେ ନଜର ଆସିଥିଲେ । ସେହିପରି ରଣବୀରଙ୍କୁ ସୁଟ ବୁଟରେ ଦେଖିବାକୁ ମଳିଥିଲା । ଇଭେଣ୍ଟରେ ରଣବୀର ପ୍ରକାଶ ପାଦୁକୋନଙ୍କ ସହିତ ମଧ୍ୟ ପୋଜ ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ପ୍ରକାଶ ଯେତେଥର ସମ୍ନାନୀତ ହୋଇଛନ୍ତି ଦୀପିକା ତାଙ୍କ ସହିତ ନଜର ଆସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More