ରବିବାର ମୁମ୍ବାଇରେ ଷ୍ଟାରସ୍କ୍ରିନ ଆୱାର୍ଡସର ଆୟୋଜନ କରାଯାଇଥିଲା । ଅନ୍ୟ ଷ୍ଟାରର୍ସଙ୍କ ସହିତ ନ୍ୟୁଲି ୱେଡ କପଲ ରଣବୀର ସିଂ ଏବଂ ଦୀପିକା ପଦୁକୋନଙ୍କୁ ମଧ୍ୟ ଏହି ଆୱାର୍ଡ ଶୋ’ରେ ଦେଖିବାକୁ ମିଳିଥିଲା । ଶୋ’ରେ ଦୁହିଁଙ୍କ ଲୁକ୍ସ ଖୁବ ଚର୍ଚ୍ଚାରେ ରହିଥିଲା । ଆୱାର୍ଡ ଶୋ’ରେ ଅଭିନେତା ରଣବୀର ସିଂଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ପତି ରଣବୀରଙ୍କ ଏହି ଉପଲବ୍ଧି ଦୀପିକାଙ୍କୁ ଭାକୁକ କରିଦେଇଥିଲା ।
ଅଭିନେତା ରଣବୀର ସିଂ ନିଜ ଇଂଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ । ଫଟୋରେ ଦୀପିକାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ଏହା ସହିତ ରଣବୀର ଫଟୋରେ ଲେଖିଥିଲେ ପ୍ରାଉଡ ୱାଇଫ ।
ଷ୍ଟେଜରେ ଆୱର୍ଡ ନେବା ସମୟରେ ରଣବୀର କହିଥିଲେ, ଫିଲ୍ମରେ ମୋତେ ରାଣୀ ମିଳି ନ ଥିଲା କିନ୍ତୁ ଅସଲ ଜୀବନରେ ମୋତେ ମୋ ରାଣୀ ମିଳିସାରିଛି । ଏହା ସହିତ ସେ ଦୀପିକାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଦୀପିକାଙ୍କ ବ୍ୟତିତ ରଣବୀର ନିଜ ପିତା ମାତା, ଭଉଣୀ ଏବଂ ସଂଜୟ ଲୀଲା ଭଂସାଲୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ରଣବୀରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଡିଟରେ ସାରା ଅଲ୍ଲୀ ଖାନ ନଜର ଆସିବେ । ଫିଲ୍ମ ୨୮ ଡିସେମ୍ବରରେ ରିଲିଜ ହେବ ।