କ’ଣ ପାଇଁ ସର୍ବ ସମ୍ମୁଖରେ କାନ୍ଦି ପକାଇଲେ ଦୀପିକା, ଜାଣନ୍ତୁ
ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’ ଅନେକ ବିବାଦ ପରେ ରିଲିଜ ହୋଇଛି । ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୟକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି । ଅନ୍ୟ ପକ୍ଷରେ ତାଙ୍କ ପିତା ପ୍ରକାଶ ପାଦୁକୋନଙ୍କୁ ଭାରତୀୟ ବ୍ୟାଡମିଣ୍ଟନ ସଙ୍ଘ ତରଫରୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ କରାଯାଇଛି ।
ଏହି ସମାରୋହରେ ପିତାଙ୍କୁ ଦିଆଯାଇଥିବା ସମ୍ମାନ ପାଇଁ ଦୀପିକାଙ୍କ ଆଖିରେ ଲୁହ ଆସିଯାଇଥିଲା । ଏଥିରୁ ଦୀପିକାଙ୍କ ଆଖିରେ ତାଙ୍କ ପିତାଙ୍କ ପାଇଁ ଗର୍ବ, ସମ୍ମାନ ଓ ଖୁସି ସ୍ପଷ୍ଟ ଭାବେ ନଜର ଆସିଥିଲା । ପିତାଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ପୁରସ୍କାର ଦିଆଯିବା ସମୟରେ ଦୀପିକାଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା ।
ଦୀପିକା ତାଙ୍କ ମା’ ଉଜାଲା ପାଦୁକୋନ ଓ ଭଉଣୀ ଅନୀଷା ପାଦୁକୋନଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଖାସ ଦିନ ପାଇଁ ଦୀପିକାଙ୍କୁ ଟ୍ରାଡିସନାଲ ଲୁକରେ ଦେଖିବାକୁ ମିଳିଥିଲା । ପିଙ୍କ ଶାଢୀରେ ଦୀପିକା ବଦୁତ ସୁନ୍ଦର ଲାଗୁଥିଲେ ।
ଦୀପିକା ନିଜ ପୁରା ପରିବାର ସହିତ ଏହି ଆୱାର୍ଡ ସମାରୋହରେ ଯୋଗ ଦେଇଥିଲେ ।
ଆପଣଙ୍କୁ କହି ରଖିଛୁ ଯେ ଦୀପିକା ପାଦୁକୋନ ବର୍ତ୍ତମାନ ଫିଲ୍ମ ପଦ୍ମାବତର ସଫଳତାର ଉତ୍ସବ ପାଳନ କରୁଛନ୍ତି । ଫିଲ୍ମରେ ଦୀପିକାଙ୍କ ସହିତ ରଣବୀର ସିଂ ଏବଂ ଶାହିଦ କପୁର ମଧ୍ୟ ନଜର ଆସିଛନ୍ତି ।