Only for Entertainment

ଏସିଡ ଶିକାର ଭୂମିକା ତୁଳାଇବା ପାଇଁ ଏଭଳି ପ୍ରସ୍ତୁତି କରୁଛନ୍ତି ଦୀପିକା !

35

ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନିଜ ପ୍ରଯୋଜନାର ପ୍ରଥମ ଫିଲ୍ମ ‘ଛପାକ’ର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଆସନ୍ତା ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଏହି ସମୟରେ ଦୀପିକା ନିଜ ଲିଡ ରୋଲର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହି ଫିଲ୍ମରେ ସେ ରିଅଲ ଲାଇଫ ଏସିଡ ଅଟାକ ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକା ତୁଲାଇବେ ।
ରିପୋର୍ଟ ମୁତାବକ ଦୀପିକା ଏଥିପାଇଁ ଅନେକ ଅନଲାଇନ ରିସର୍ଚ୍ଚରେ ଲାଗିପଡିଛନ୍ତି ଏବଂ ଶିଖିଛନ୍ତି ଏସିଡ ଅଟାକ ସର୍ବଭାଇବର କିଭଳି ପ୍ରଭାବିତ ହୁଅନ୍ତି । ସେ ଇଂଟରନେଟରେ ଥିବା ଲକ୍ଷ୍ମୀଙ୍କର ସମସ୍ତ ଭିଡିଓକୁ ଦେଖି ପ୍ରାକ୍ଟିସ କରୁଛନ୍ତି ।

 

View this post on Instagram

 

Prep. #chhapaak

A post shared by Meghna Gulzar (@meghnagulzar) on


ଖବର ମୁତାବକ ଲକ୍ଷ୍ମୀ ମଧ୍ୟ ଦୀପିକାଙ୍କୁ ସମ୍ପୁର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ଏବଂ ଏଭଳି ତଥ୍ୟ ସେ ଦେଉଛନ୍ତି ଯାହା ଏବେ ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କ ପାଖରେ ଗୁପ୍ତ ହୋଇ ରହିଛି ।

ଏହାସହ ମେକର୍ସ ଦୀପିକାଙ୍କୁ ପେନଡ୍ରାଇଭ ଏବଂ ଡିଭିଡି ଦେଇଛନ୍ତି, ଯେଉଁଥିରେ ୧୦ଜଣ ସର୍ବାଇବରଙ୍କ ତାଲିକା ରହିଛି । ଫିଲ୍ମଟି ‘ରାଜି’ ନିର୍ଦ୍ଦେଶକ ମେଘନ ଗୁଲଜର ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମରେ ବିକ୍ରାନ୍ତ ମେସି ଦୀପିକାଙ୍କ ବିପକ୍ଷରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More