Only for Entertainment

ବିରୁଷ୍କାଙ୍କ ପରେ ଦୀପବୀରଙ୍କ ବିବାହରେ ଡିଜାଇନର ସବ୍ୟସାଚୀଙ୍କ ଭୁଲ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ ।

insta pic of deepika
33

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହ ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ । ୧୪-୧୫ ନଭେମ୍ବରରେ ଇଟାଲିର ଲେକ୍ କୋମୋରେ ଦୁହେଁ ବିବାହ କରିଥିଲେ । ବିବାହ ଠାରୁ ଦୀପବୀରଙ୍କ ଡିଜାଇନର ପରିଧାନ ଏବେ ଖୁବ ଚର୍ଚ୍ଚାରେ ରହିଛି । ଦୀପିକାଙ୍କର ଏହି ପାରମ୍ପରିକ ପୋଷାକକୁ ପ୍ରସିଦ୍ଧ ଜିଡାଇନର ସବ୍ୟସାଚୀ ପ୍ରସ୍ତୁତ କରିଥଲେ । ଦୀପିକା ଏବଂ ରଣବୀରଙ୍କ ପୋଷାକ ଖୁବ ସୁନ୍ଦର ହୋଇଥିବା ବେଳେ ଏବେ ଡ୍ରେସ ଡିଜାଇନରଙ୍କ ଉପରେ ପ୍ରଶ୍ନ ଉଠିଛି । ଏହି କାରଣରୁ ସବ୍ୟସାଚୀଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି ।

ଅସଲରେ ଦୀପବୀରଙ୍କ କଙ୍କୋଣୀ ପରମ୍ପରାରେ ହୋଇଥିବା ବିବାହରେ ଦୀପିକା କାଞ୍ଜିବରମ ସାଢୀ ପିନ୍ଧିଥିଲେ । ବିବାହର ଫଟୋ ସାମ୍ନାକୁ ଆସିବା ପରେ ସବ୍ୟସାଚୀ ସମସ୍ତ ଡ୍ରେସ ଡିଜାଇନ କରିଛନ୍ତି ବୋଲି କ୍ରେଡିଟ ନେଇଥିଲେ ।

saBYA

ନିକଟରେ ସବ୍ୟସାଚୀ କହିଛନ୍ତି ଯେ, ଦୀପିକା ଯେଉଁ ସାଢୀ ପିନ୍ଧିଥିଲେ ସେହି ସାଢୀ ଦୀପିକାଙ୍କ ମା’ ତାଙ୍କୁ ଉପହାରରେ ଦେଇଥିଲେ । ଦୀପିକାରଙ୍କ ମା ଉଜ୍ଜଳା ପାଦୁକୋନ ସାଢୀରେ କିଛି କାରିଗରୀ କରିବା ପାୁଇଁ ସବ୍ୟସାଚୀଙ୍କୁ ଦେଇଥିଲେ । ସେ ସାଢୀକୁ ସେ ବେଙ୍ଗାଲୁରର ଅଙ୍ଗାଡୀ ଗ୍ୟାଲେରୀରୁ କିଣିଥିଲେ ।

untitled-

ସବ୍ୟସାଚୀଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଲେକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଏହା ପଛରେ ଆଉ କେ କାରଣ ହେଉଛି ବିରୁଷ୍କାଙ୍କ ବିବାହରେ ବିରାଟ ରିସେପ୍ସନରେ ପିନ୍ଧିଥିବା ପୋଷାକର କ୍ରେଡିଟ ମଧ୍ୟ ସବ୍ୟସାଚୀ ନେଇଥିଲେ । କିନ୍ତୁ ଏହାକୁ ଡିଜାଇନ କରିଥିଲେ ଡିଜାଇନର ରାଘବେନ୍ଦ୍ର ରାଠୋର । ସବ୍ୟସାଚୀଙ୍କ ଏହି ଭୁଲ ପାଇଁ ଲୋକେ ଏବେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More