ପଦ୍ମାବତ ଷ୍ଟାର ଦୀପିକା ପାଦୁକୋଣ ଏହି ଫିଲ୍ମ ରିଲିଜ ହେଲା ପରେ ଏବେ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ କରି ନାହାନ୍ତି । ଦୀପିକାଙ୍କ ହାତରେ ଏହି ଫିଲ୍ମ ପରେ ଆହୁରି ଅନେକ ଫିଲ୍ମର ଅଫର ଆସିଥିଲା । ଏଥିମଧ୍ୟରୁ ବିଶାଳ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଫିଲ୍ମ ସପନା ଦିଦି , ମାତ୍ର ଏଥିରେ ମୁଖ୍ୟ ଭୂମିକା ରହିଥିଲା ଇରଫାନ ଖାନଙ୍କର । ସେ କର୍କଟ ରୋଗରେ ପୀଡିତ କାରଣରୁ ଏହି ଫିଲ୍ମ ଆଉ ସୁଟିଂ ହୋଇ ପାରିଲା ନାହିଁ ।
ଖବର ମୁତାବକ ଦୀପିକା ନିଜ ବିବାହ କାରଣରୁ ଫିଲ୍ମ ପାଇଁ ସାଇନ କରୁନଥିଲେ, ମାତ୍ର ଏବେ ଖବର ଆସିଛି ଯେ ଦୀପିକା ନିଜ ଆଗାମୀ ଫିଲ୍ମରେ ଖୁବ ଶୀଘ୍ର ସାଇନ କରି ପାରନ୍ତି । ଏବଂ ଏଥର ସେ ରାଜି ଫିଲ୍ମ ନିର୍ଦ୍ଦେଶିକା ମେଘନା ଗୁଲଜରଙ୍କ ସହ କାମ କରିବେ ।
ନ୍ୟୁଜ ପୋର୍ଟାଲ ଡିଏନଏ ରିର୍ପୋଟ ମୁତାବକ ଦୁହିଁଙ୍କ ମଧ୍ୟରେ ଆଗାମୀ ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲିଛି । ଏହାମଧ୍ୟରୁ ଆଗରୁ ଶୁଣିବାକୁ ମିଳିଥିଲା ଯେ ମେଘନା ଗୁଲଜର ହେମାମାଲିନୀ ଷ୍ଟାରର ଫିଲ୍ମ ‘ସୀତାଗୀତା’ ଏବଂ ଶ୍ରୀଦେବୀ ଷ୍ଟାରର ଫିଲ୍ମ ‘ଚାଲବାଜ’ଭଳି ଫିଲ୍ମ ପରି ଯାଆଁଳା ଭଉଣୀଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହାନ୍ତି । ଏବେ ପର୍ଯ୍ୟନ୍ତ ଦୀପିକାଙ୍କ ସହ ଯେଉଁ ଫିଲ୍ମକୁ ନେଇ କଥାବର୍ତ୍ତା ହୋଇଛି ସେ ସମ୍ପର୍କରେ କୌଣସି ବିଶେଷ ସୂଚନା ମିଳିନାହିଁ ।