Only for Entertainment

ଏପରି କ’ଣ ହେଲା ଦୀପିକାଙ୍କୁ ବିକିବାକୁ ପଡିଲା ନିଜ କପଡା, ଜୋତା ଏବଂ ଗହଣା ? ଏଭଳି ଜାହିର କଲେ ଦୁଃଖ !

43

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ‘ୱାର୍ଲ୍ଡ ମେଂଟାଲ ହେଲଥ ଡେ’ରେ ଏକ ବଡ ପଦକ୍ଷେପ ନେଇଛନ୍ତି । ଅଭିନେତ୍ରୀ ନିଜ କପଡାକୁ ସେଲ ଲଗାଇ ସେହି ଟଙ୍କାରେ ଅଭିନେତ୍ରୀ ଡିପ୍ରେସନ ଭଳି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବେ । ଗୁରୁବାର ଲାଗିଥିବା ଏହି ସେଲରେ ସମସ୍ତ କପଡାକୁ ସେ କିଛି ଘଂଟା ମଧ୍ୟରେ ବିକିଥିଲେ ।

ଏହି ସେଲରେ ଅଭିନେତ୍ରୀଙ୍କ କପଡା, ଜୋତା, ଘଂଟା, ବ୍ରେସଲେଟ ଏବଂ ପର୍ସ ସବୁକିଛି ସାମିଲ ଥିଲା । ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଏହି ସେଲର ସୂଚନା ଦେଇଛନ୍ତି ।

ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ‘ଏହି ସେଲରେ ଯେଉଁ ଟଙ୍କା ମିଳିବ ସେ ଦ ଲିଭ ଲାଇଫ ଫାଉଂଣ୍ଡେସନ’ର ସାହାଯ୍ୟ କରିବେ । ଯେଉଁମାନେ ଡିପ୍ରେଶନ, ଷ୍ଟ୍ରେସ ଏବଂ ଆଙ୍ଗଜାଇଟିର ଶିକାର ହୋଇଥିବେ ସେହି ଲୋକଙ୍କୁ ସେ ସାହଯ୍ୟ କରିବେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଦୀପିକା ପାଦୁକୋଣ ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଏସିଡ ଅଟାକ ସର୍ବାଇବର ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More