Only for Entertainment

ଏକ୍ସ ଗର୍ଲଫ୍ରେଣ୍ଡ ଦୀପିକାଙ୍କୁ କିସ କରୁଥିବାର ନଜର ଆସିଲେ ରଣବିର କପୂର !

72

ବଲିଉଡ ଅଭିନେତା ରଣବୀର କପୁର ଏବଂ ଦୀପିକା ପାଦୁକୋଣ ବ୍ରେକଅପ ପରେ ନିଜ ଜୀବନରେ ଆଗକୁ ବଢିସାରିଛନ୍ତି । ଯେଉଁଠି ଦୀପିକାଙ୍କ ବିବାହ ହୋଇଯାଇଛି , ସେହିଭଳି ଆଲିୟା ରଣବୀରଙ୍କ ସହ ଯୋଡି ହୋଇଥିବା ଚର୍ଚ୍ଚା ଚାରିଆଡେ ଜୋର ଧରିଛି । ସାଧାରଣତଃ ବ୍ରେକଅପ ପରେ କଳାକାର ଦୁହେଁ ଦୁହିଁଙ୍କୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ , କିନ୍ତୁ ଏଠାରେ କିଛି ନିଆରା ରଣବୀର ଏବଂ ଦୀପିକାଙ୍କ କାହାଣୀ । ଦୁହିଁଙ୍କ ମଧ୍ୟରେ ଏବେ ବି ବନ୍ଧୁତା ରହିଛି । ନିକଟରେ ଦୁହିଁଙ୍କ ବନ୍ଧୁତା ଦେଖିବାକୁ ମିଳିଥିଲା । ଅସଲରେ ସୋମବାର ରାତିରେ ଦୁହେଁ ଏକା ସହ ସ୍ପଟ ହୋଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଏକ ବ୍ରାଣ୍ଡ ଲଂଚ ଇଭେଂଟରେ ପହଂଚିଥିଲେ । ଯାହାର ଫଟୋ ସାମ୍ନାକୁ ଆସିଛି । ଫଟୋରେ ଦୀପିକା ପିଙ୍କ ଡ୍ରେସରେ ଖୁବ ସୁନ୍ଦର ନଜର ଆସିଛନ୍ତି ।

 

ଏହି ଫଟୋରେ ଖାସ କଥା ହେଉଛି ଦୁହେଁ କାର୍ଯ୍ୟକ୍ରମରୁ ବାହାରିଲା ବେଳେ ଉଭୟଙ୍କୁ କ୍ଲୋଜ ଫ୍ରେଣ୍ଡ ଭଳି ଆଲିଙ୍ଗନ କଲେ ଏବଂ ଗାଲକୁ କିସ କଲେ । ତାଙ୍କର ଏହି କିସ ଏବଂ ହଗ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More